କୃଷି ବିଲ ସମର୍ଥନ ନେଇ ଅଣ୍ଟା ଭିଡ଼ିଲା ବିଜେପି, ଦେଶରେ ୭୦୦ଟି ପ୍ରେସ କନଫେରେନ୍ସ ର ଆୟୋଜନ କରି ଚାଷୀ ବିଲ ର ଫାଇଦା ଗଣିବ ବିଜେପି
Khabar Odisha:The-BJP-will-count-the-benefits-of-the-farmers-bill-by-organizing-700-press-conferences-across-the-country-in-support-of-the-agriculture-bill

ନୂଆଦିଲ୍ଲୀ, ଡିସେମ୍ବର ୧୧ (ଖବର ଓଡ଼ିଶା) : କୃଷି ଆଇନ ପ୍ରସଙ୍ଗରେ କିଛି କୃଷକ ସଙ୍ଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ବିରୋଧୀ ଦଳ ମାନେ ଏଥିରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଚାଷୀ ନେତାଙ୍କ ସହ ବାରମ୍ବାର ଆଲୋଚନା କରିଥିବା ବେଳେ ସେମାନେ ନିଜ ଜିଦ ରେ ଅଟଳ ରହିଛନ୍ତି । ଏହାକୁ ନେଇ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସହରରେ ୭୦୦ ସାମ୍ବାଦିକ ସମ୍ମିଳନୀ ଏବଂ ଚାଉପଲ ଆୟୋଜନ କରାଯିବ ଯିବ ବୋଲି କୁହାଯାଇଛି । କୃଷି ଆଇନ ର ଲାଭ ବିଷୟରେ ଏହି ପ୍ରେସ ବାର୍ତା ରେ ଚାଷୀ ଙ୍କୁ କୁହାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

 

ଏହା ମାଧ୍ୟମରେ ମୋଦୀ ସରକାର ଆଣିଥିବା କୃଷି ଆଇନର ଲାଭ ଗଣନା କରାଯିବ ଏବଂ କୃଷକମାନଙ୍କୁ ଏ ବିଷୟରେ ବୁଝାଇ ଦିଆଯିବ । ଦେଶର ଶହେରୁ ଅଧିକ ସ୍ଥାନରେ ବିଜେପି କିସାନ ସମ୍ମିଳନୀ ଆୟୋଜନ କରୁଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।

କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ କୃଷକ ସଙ୍ଗଠନ ମାନେ ବିରୋଧ କରୁଛନ୍ତି । ଗତ ଦୁଇ ସପ୍ତାହ ଧରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ରେ ବସିଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ, ଆଇନରେ କିଛି ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ନିର୍ଯାସ ବାହାରି ପାରୁନାହିଁ ।

ବର୍ତମାନ ବିଜେପି କୃଷି ଆଇନ ପ୍ରସଙ୍ଗକୁ ଦଳ ସ୍ତରରେ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବାକୁ ଯୋଜନା କରିଛି । କୃଷି ଆଇନ ଉପରେ ଏକ ବୁକଲେଟ୍ ଜାରି କରାଯାଇଥିଲା ଯେଉଁଥିରେ ତିନୋଟି କୃଷି ଆଇନର ଲାଭ ଗଣନା କରାଯାଇଥିଲା । ଏହା ବ୍ୟତୀତ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷି ଆଇନର ଲାଭ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଆନ୍ଦୋଳନ ବନ୍ଦ କରିବାକୁ କୃଷକମାନଙ୍କୁ ନିବେଦନ କରିଥିଲେ ।

ବିରୋଧୀଦଳ ଗୁଡିକ କୃଷକଙ୍କ କାନ୍ଧରେ ବନ୍ଧୁକ ଲଗାଇ ମଧ୍ୟସ୍ଥିଙ୍କ ପକ୍ଷ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଦାବି କରିଛି ଯେ ଏହି ତିନୋଟି ନିୟମ ଚାଷୀଙ୍କ ହିତ ପାଇଁ, ଯଦି ଚାଷୀଙ୍କ ଉପରେ କିଛି ସନ୍ଦେହ ଥାଏ, ତେବେ କଥାବାର୍ତାରୁ ଏହାର ସମାଧାନ ହୋଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଅଭିଯୋଗ କରିଛନ୍ତି ଯେ ବିରୋଧୀ ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର ଏମଏସପି ରଦ୍ଦ କରିବେ ନାହିଁ, ମଣ୍ଡି ବ୍ୟବସ୍ଥାରେ ମଧ୍ୟ କୌଣସି ପରିବର୍ତନ ହେବ ନାହିଁ ।

  • Tags:

Subscribe

National International State Sports Entertainment