ଜାନୁଆରୀ ୨୬ରେ ଟ୍ରାକ୍ଟର ପରେଡ୍ ର ଆହ୍ୱାନ ଦେଲା ଚାଷୀ ସଂଗଠନ: ୬ରୁ ଆରମ୍ଭ ହେବ ରିହର୍ସଲ
Khabar Odisha:Protesting-farmers-to-hold-tractor-parade-on-Jan-26

ନୂଆଦିଲ୍ଲୀ, ଜାନୁଆରୀ ୩ (ଖବର ଓଡ଼ିଶା) : ନୂତନ କୃଷି ବିଲ୍ କୁ ବିରୋଧ କରି ୩୬ ଦିନ ହେବ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷି ସଂଗଠନ । ପର୍ଯ୍ୟାୟ ପରେ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ପୁଣି ଆସନ୍ତା କାଲି ଜାନୁଆରୀ ୪ରେ କେନ୍ଦ୍ର ସରକାରଙ୍କ ସହିତ ଚାଷୀ ମାନଙ୍କର ଆଲୋଚନା ରହିଛି । କିନ୍ତୁ ତା ପୂର୍ବରୁ ନିଜ ଏଜେଣ୍ଡା ପ୍ରସ୍ତୁତ କରି ସାରିଲେଣି ଚାଷୀ ସଂଗଠନ । ଯଦି ସରକାର ବିଲ୍ କୁ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନ ମାନଙ୍କରେ ଦିଲ୍ଲୀରେ ଆନ୍ଦୋଳନ ବ୍ୟାପକ ହେବା ସହିତ ସାଧାରଣତନ୍ତ୍ର ଦିବସରେ ବିକ୍ଷୋଭ ପାଳନ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହୋଇ ସାରିଲାଣି ବ୍ଳୁପ୍ରିଣ୍ଟ ।

ଜାନୁଆରୀ ୨୬ରେ ‘କିଷାନ୍ ଗଣତନ୍ତ୍ର ଦିବସ ପରେଡ୍‌’ ନାମରେ ଏକ ମାର୍ଚ୍ଚ ସମଗ୍ର ଦିଲ୍ଲୀରେ ଆୟୋଜିତ କରାଯିବ । ଏବଂ ଏଥିରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ଆଜି ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ଦେଶର ସମସ୍ତ ଚାଷୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । 

ସୂଚନା ଅନୁସାରେ ଏହି ଟ୍ରାକ୍ଟର ପରେଡ୍ ପାଇଁ ଜାନୁଆରୀ ୬ରୁ ଏକ ସ୍ୱତନ୍ତ୍ର ଏଜେଣ୍ଡା ଅନୁଯାଇ କାର୍ଯ୍ୟ କରାଯିବ । ଏବଂ ଜାନୁଆରୀ ୬ରୁ ଟ୍ରାକ୍ଟର ପରେଡ୍ ର ରିହର୍ସଲ ମଧ୍ୟ ଆରମ୍ଭ କରିବେ ଚାଷୀ ।

ତେବେ ଆସନ୍ତା କାଲି ସରକାରଙ୍କ ସହିତ ହେବାକୁ ଥିବା ଆନ୍ଦୋଳନ ବିଫଳ ହେଲେ ଚାଷୀ ମାନେ ଏଭଳି ପଦକ୍ଷପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହିତ ସାଧାରଣତନ୍ତ୍ର ଦିବସ ପରେଡ୍ କୁ ପ୍ରଭାବିତ କରିବା ପାଇଁ ଚାଷୀ ମାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ଟ୍ରାକ୍ଟର ପରେଡ୍ କୁ ଶାନ୍ତି ପୂର୍ଣ୍ଣ ଭାବରେ ପାଳନ କରାଯିବ ବୋଲି ଆଜି ପ୍ରେସ୍ କନଫରେନ୍ସ କରି ଚାଷୀ ସଂଗଠନ ସୂଚନା ଦେଇଛି ।

  • Tags:

Subscribe

National International State Sports Entertainment