ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ୪୦ ପ୍ରତିଶତ କ୍ଷତି ସହୁଛନ୍ତି ମନରେଗା ଶ୍ରମିକ
Khabar Odisha:MNREGA-workers-are-losing-40-per-cent-of-their-money-by-withdrawing-money-from-bank-accounts

ନୂଆଦିଲ୍ଲୀ : ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍ ବା ମନରେଗାରେ ଶ୍ରମିକ ମାନଙ୍କୁ ସେମାନଙ୍କ ମଜୁରୀ ବାବଦକୁ ଟଙ୍କା ସିଧାସଳଖ ସେମାନଙ୍କ ପାଖରେ ପହଞ୍ଚାଇବାକୁ ସରକାର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେମାନଙ୍କ ଟଙ୍କା ସେମାନଙ୍କୁ ଦେଉଛନ୍ତି । କିନ୍ତୁ ବର୍ତମାନ ଏହି ବ୍ୟବସ୍ଥା ସେମାନଙ୍କର ଲାଭ ପରିବର୍ତ୍ତେ ଅଧିକ କ୍ଷତି କରୁଛି ।

ଶ୍ରମିକ ମାନେ ଦିନ ମଜୁରିଆ ବା ସିଧାସଳଖ ଅର୍ଥରେ କହିବାକୁ ଗଲେ ସବୁଦିନ କାମ କରି ଟଙ୍କା ଆଣିଲେ ସେମାନଙ୍କ ଘରେ ଚୂଲି ଜଳେ । କିନ୍ତୁ ବର୍ତମାନ ସେମାନଙ୍କର ପାରିଶ୍ରମିକ ବାବଦରେ ଟଙ୍କା ସେମାନଙ୍କୁ କାମ ଛାଡି ବ୍ୟାଙ୍କ ଯାଇ ଉଠାଇବାକୁ ପଡୁଛି । କେତେ ବେଳେ କାମ ସରିଲା ବେଳକୁ ବ୍ୟାଙ୍କ ବନ୍ଦ ହୋଇଯାଉଛି ତ ଆଉ କେତେ ବେଳେ ବ୍ୟାଙ୍କର ଲମ୍ବା ଲାଇନ୍ ସେମାନଙ୍କ କାମରେ ବ୍ୟାଘାତ ସୃଷ୍ଟି କରୁଛି । 

ମୋଟା ମୋଟି ଭାବରେ କହିବାକୁ ଗଲେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ହେଲେ ସେମାନଙ୍କୁ ଗୋଟିଏ ଦିନର କାମ ଛାଡି ବ୍ୟାଙ୍କ ଯାଇ ଟଙ୍କା ଉଠାଇ ବାକୁ ପଡୁଛି । ଯାହା ଫଳରେ ସେମାନଙ୍କର ଗୋଟିଏ ଦିନର ପାରିଶ୍ରମକରୁ ସେମାନେ ହାତ ଧୋଇ ବସୁଛନ୍ତି ।

ନିକଟରେ ଲିବ୍ ଟେକ୍ ଇଣ୍ଡିଆ ନାମକ ଏକ ସଂସ୍ଥାରୁ ମିଳିଥିବା ରିପୋର୍ଟ ଅନୁଯାଇ ଶ୍ରମିକ ମାନଙ୍କ ପାଇଁ ଏବେ ବଡ ଅଡୁଆ ସାଜିଛି ଏହି ବ୍ୟାଙ୍କ ମାଧ୍ୟମରେ ଟଙ୍କା ବଣ୍ଟନ । ବୁଧବାର ଲିବ୍ ଟେକ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ସର୍ଭେ ରିର୍ପୋଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ସର୍ଭେର ତଥ୍ୟ ଅନୁଯାଇ ଏବେବି ଦେଶରେ ଏମିତି ଅନେକ ଗ୍ରାମ ପଞ୍ଚାୟତ ରହିଛି ଯେଉଁଠି ୧୦-୧୨ଟି ଗ୍ରାମ ପଞ୍ଚାୟରେ ଗୋଟିଏ ଲେଖାଏଁ ବ୍ୟାଙ୍କ ରହିଛି ଯାହା ଫଳରେ ଶ୍ରମିକ ମାନଙ୍କୁ ଅତି କମ୍ ରେ ୫ କିମି ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡୁଛି ବ୍ୟାଙ୍କ ଯିବାକୁ ।

ଏହାପରେ ଜଣେ ନିର୍ମାଣ ଶ୍ରମିକର ସପ୍ତାହିକ ହାରାହାରି ବେତନ ହେଉଛି ୧୦୨୬ ଟଙ୍କା ଏବଂ ଏଥିରୁ ବ୍ୟାଙ୍କ ଯିବା ଆସିବା ବାବଦକୁ ଓ ସେମାନଙ୍କର ଗୋଟିଏ ଦିନର କାମର ପାରିଶ୍ରମିକ ଟଙ୍କାକୁ ମିଶାଇଲେ ସେମାନଙ୍କ ପ୍ରାୟ ୪୦ ପ୍ରତିଶତ ଟଙ୍କା ବ୍ୟାଙ୍କ ଯିବା ଆସିବା ଓ ଟଙ୍କା ଉଠାଇବାରେ ଖର୍ଚ୍ଚ ହେଉଛି ।

କରୋନା କାଳରେ ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ବଢିଥିବା ବେଳେ ବର୍ତମାନ ଶ୍ରମିକ ମାନଙ୍କୁ ନିଜ ଟଙ୍କା ଉଠାଇବାରେ ମଧ୍ୟ ଏହି ଭଳି ଭାବରେ ହନ୍ତସନ୍ତ ହେବାକୁ ପଡୁଛି ।

  • Tags:

Subscribe

National International State Sports Entertainment