ଭୁବନେଶ୍ୱର, ଜାନୁଆରୀ ୨୦ (ଖବର ଓଡ଼ିଶା) : ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧି ବିଜେପି । ମଣ୍ଡିରେ ଟୋକେନ୍ ବ୍ୟବସ୍ଥା ଓ ଧାନ କଟନୀ ଛଟନୀ କୁ ନେଇ ଏବେ ଚିନ୍ତାରେ ଚାଷୀ ।
ଏହି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ରାଜ୍ୟ ସରକାର କେନ୍ଦ୍ରରୁ ଚାଷୀଙ୍କ ପାଇଁ ଆସୁଥିବା ଟଙ୍କାର ବାଟମାରଣା କରୁଥିବା ସହିତ ରାଜ୍ୟରେ ପ୍ରକୃତ ଚାଷୀ ମାନେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।
ରାଜ୍ୟରେ ପୂର୍ବରୁ ୪୦ ଲକ୍ଷ ଚାଷୀ ଥିବା ବେଳେ ବର୍ତମାନ ଏହା ୧୦ ଲକ୍ଷ କେମିତି ହେଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ।
ଏଥିସହିତ ରାଜ୍ୟ ସରକାର ସବୁ ବେଳେ ମିଲର ମାନଙ୍କ ହିତ କଥା ଚିନ୍ତା କରୁଛନ୍ତି ଓ ଚାଷୀଙ୍କୁ ଅଣଦେଖା କରୁଛନ୍ତି ଯାହାକୁ ନେଇ ବିଜେପି ସବୁ ବେଳେ ପ୍ରତିବାଦ କରି ଆସିଛି ଓ ଆସନ୍ତା କାଲି ସମ୍ବଲପୁରରେ ବିଜେପି ପକ୍ଷରୁ ବିଶାଳ ସମାବେଶ ମଧ୍ୟ ଆୟୋଜନ କରାଯାଉଛି ବୋଲି ଲେଖାଶ୍ରୀ ଆଜି ପ୍ରତିକ୍ରିୟା ଦେଇଛନ୍ତି ।