ଚାଷୀଙ୍କୁ ନେଇ ପଦାରେ ପଡିଲା ରାଜ୍ୟ ସରକାରଙ୍କ ସତ, ଅନ୍ନଦାତାଙ୍କ ଆୟ ତାଲିକାରେ ତଳଆଡୁ ଦ୍ୱିତୀୟରେ ଓଡ଼ିଶା
Khabar Odisha:Average-Monthly-Income-Of-Odisha-Farmers-Second-Lowest-In-Country-Meghalaya-Highest

ଭୁବନେଶ୍ୱର, ନଭେମ୍ବର ୩୦(ଖବର ଓଡ଼ିଶା): ଚାଷୀଙ୍କୁ ନେଇ ପଦାରେ ପଡିଲା ରାଜ୍ୟ ସରକାରଙ୍କ ସତ, ଅନ୍ନଦାତାଙ୍କ ଆୟ ତାଲିକାରେ ତଳଆଡୁ ଦ୍ୱିତୀୟରେ ଓଡ଼ିଶା । ଏହି ତଥ୍ୟ ଖୋଦ୍ ରାଜ୍ୟ ସରକାର ହିଁ ପ୍ରଦାନ କରିଛନ୍ତି । 

କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଦେଶର ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ଗୁଡିକରେ ଦେଶର କୃଷିକଙ୍କ ଆୟକୁ ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ସର୍ଭେ କରାଯାଇଥିଲା । ଏହି ସର୍ଭେ ୨୦୧୯ ଜାନୁୟାରୀରୁ ୨୦୧୯ ଡିସେମ୍ବର ମଧ୍ୟରେ କରାଯାଇଥିଲା ।

ତେବେ ତଥ୍ୟ ଅନୁସାରେ ସାରା ଦେଶରେ ପ୍ରତ୍ୟେକ ଚାଷୀ ପରିବାରର ଆୟ ତାଲିକା ପ୍ରଦାନ କରାଯାଇଛି । ଏହି ତାଲିକାରେ ଓଡିଶାର ଚାଷୀଙ୍କ ଆୟ ଖୁବ କମ୍ ରହିଛି । ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୃଷକଙ୍କ ଆୟ ତୁଳନାରେ ଓଡିଶାର କୃଷକ ପରିବାରର ମାସିକ ଆୟ ୫୧୧୨ ରହିଛି । ଯାହାକୁ ନେଇ ତଳଆଡୁ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି ।

ଅନ୍ୟପଟେ ରାଜ୍ୟରେ ଅନ୍ନଦାତାଙ୍କ ଏଭଳି ତଥ୍ୟ ଚିନ୍ତାଜନକ ହୋଇଥିବା ବେଳେ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସବୁ ଯୋଜନାର ସତ୍ୟାସତ ଓ ଫଳ ଏବେ ପଦାରେ ପଡିଛି ।

  • Tags:

Subscribe

National International State Sports Entertainment