ମୁମ୍ବାଇ: ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ । ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ ସଞ୍ଜୁ ବାବାଙ୍କ ଆଗାମୀ ଫିଲ୍ମ “ଦ ଭୂତନୀ” (The Bhootnii)ର । ମହାଶିବରାତ୍ରୀ ଅବସରରେ ଦ ଭୂତନୀର ଟିଜର୍ ରିଲିଜ୍ ହୋଇଛି । ଚଳଚ୍ଚିତ୍ରଟି ଆସନ୍ତା ଏପ୍ରିଲ ୧୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।
ଗତକାଲି ସଞ୍ଜୟ ଦତ୍ତ “ଦ ଭୂତନୀ” ଫିଲ୍ମ ଟିଜର୍ ରିଲିଜ୍ ବାବଦରେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଥିଲେ । ଆଜି ପୁଣି ଥରେ ଫିଲ୍ମ ଟିଜର୍ ଭିଡ଼ିଓ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫିଲ୍ମଟି ଭୂତର କାହାଣୀ ସହିତ ଅଛି ଜବରଦସ୍ତ ଆକ୍ସନ୍ । ସେଥିରେ ରହିଛି କମେଡ଼ିର ଛୁଙ୍କ । ଏଥିରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ ଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ମୌନୀ ରୟ । ସେହିପରି ପଲକ ତିୱାରୀ, ସନି ସିଂ ଓ ଆସିଫ୍ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଟିଜରରେ ମୌନୀ ରାୟ ଏକ ଭୂତୁଣୀ ଭୂମିକାରେ ରହିଥିବାବେଳେ ସଞ୍ଜୟ ଦତ୍ତ ଫାଇଟିଂ କରୁଥିବା ଦେଖିବାକୁ ମିଳିଛି ।