ମୁମ୍ବାଇ: ନିଜ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟକୁ ବିକ୍ରି କଲେ ବଲିଉଡ ଭାଇଜାନ୍ ସଲମାନ ଖାନ୍। ମୁମ୍ବାଇର ବାନ୍ଦ୍ରା ସହରରେ ରହିଥିଲା ସଲମାନଙ୍କ ଏହି ଆପାର୍ଟମେଣ୍ଟ। ମୁମ୍ବାଇର ବାନ୍ଦ୍ରା ୱେଷ୍ଟ୍ ସହରର ସବୁଠାରୁ ଆକର୍ଷଣୀୟ ଏବଂ ମହଙ୍ଗା ରିଅଲ ଇଷ୍ଟେଟ୍ ବଜାର ମଧ୍ୟରୁ ଗୋଟିଏ, ଏଠାରେ ପ୍ରିମିୟମ୍ ହାଉସିଂ ଏବଂ ବାଣିଜ୍ୟିକ ସମ୍ପତ୍ତି ଉପଲବ୍ଧ ରହିଛି। ତେବେ ସଲମାନଙ୍କ ଏହି ଏହି ଆପାର୍ଟମେଣ୍ଟଟି ୧୩୧୮ ବର୍ଗଫୁଟରୁ ଅଧିକ ବିଲ୍ଟ-ଅପ୍ ଏରିଆରେ ବିସ୍ତାରିତ ଏବଂ ଏହି ଡିଲରେ ପ୍ରିମିୟମ୍ ଆବାସିକ ଟାୱାରରେ ତିନୋଟି କାର୍ ପାର୍କିଂ ସ୍ପେସ୍ ମଧ୍ୟ ଅନ୍ତର୍ଭୁକ୍ତ।
ସଲମାନ ଖାନ ଏହି ଆପାର୍ଟମେଣ୍ଟକୁ ୫.୩୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଏହି ଡିଲ୍ ରେ ୩୨.୦୧ ଲକ୍ଷ ଟଙ୍କାର ଷ୍ଟାମ୍ପ ଫି ଏବଂ ୩୦,୦୦୦ ଟଙ୍କାର ପଞ୍ଜିକରଣ ଫି ଅନ୍ତର୍ଭୁକ୍ତ । ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଥିବା ବାନ୍ଦ୍ରାର ଏହି ଅଞ୍ଚଳରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ, ଐତିହ୍ୟ ବଙ୍ଗଳା ରହିଛି, ଯାହା ନିବେଶକଙ୍କୁ ଏଠାକୁ ଆକର୍ଷିତ କରିଥାଏ । ଏହି ଅଞ୍ଚଳ ଏକ୍ସପ୍ରେସ୍ ହାଇୱେ, ବାନ୍ଦ୍ରା ରେଳ ଷ୍ଟେସନ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ, ଲୋୟର ପରେଲ ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ନିକଟରେ ଅବସ୍ଥିତ ।
ଏହି ଆପାର୍ଟମେଣ୍ଟ କିଣିବା ପରେ ଏହାକୁ ୩୬ ମାସ ପାଇଁ ଭଡ଼ାରେ ଲଗାଇଥିଲେ ସଲମାନ ଖାନ୍ । ଏହି ଆପାର୍ଟମେଣ୍ଟର ସେ ବିଗତ ୩ ବର୍ଷ ମଧ୍ୟରେ ୫୬ ଲକ୍ଷରୁ ଅଧିକ ଟଙ୍କା ଲାଭ କରିଛନ୍ତି । ପ୍ରଥମ ବର୍ଷରେ ଭଡ଼ାଟିଆ ପ୍ରତିମାସରେ ୧.୫୦ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଦ୍ୱିତୀୟ ବର୍ଷରେ ପ୍ରତିମାସରେ ଭଡ଼ା ବାବଦରେ ୧.୫୭ ଲକ୍ଷ ଟଙ୍କା ପ୍ରଦାନ କରୁଥିଲେ । ତୃତୀୟ ବର୍ଷରେ ପ୍ରତିମାସରେ ୧.୬୫ ଲକ୍ଷ ଆଦାୟ କରି ମୋଟ ୫୬.୬୪ ଲକ୍ଷ ଲାଭ କରିଛନ୍ତି ସଲମାନ ଖାନ୍ । କେବଳ ନିବେଶ ଉଦ୍ଦେଶ୍ୟରେ ଏହି ଆପାର୍ଟମେଣ୍ଟ କିଣିଥିଲେ ସଲମାନ ଖାନ୍ । ଏଣୁ ଏହାକୁ ଏବେ ସେ ବିକ୍ରି କରିବାକୁ ମନସ୍ଥ କରିଥିଲେ ।