ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର
Khabar Odisha:entertainment-odisha-nina-gupta-the-last-colour-in-oscars-race
ନୂଆଦିଲ୍ଲୀ, ଜାନୁଆରୀ ୦୨ (ଖବର ଓଡିଶା) :

ସେଲିବ୍ରେଟି ସେଫରୁ ଫିଲ୍ମ ମେକର ହୋଇପାରିଥିବା ବିକାଶ ଖନ୍ନାଙ୍କ ଡେବ୍ୟୁ ଫିଲ୍ମ ଦ ଲାଷ୍ଟ କଲର ଓସ୍କାର ଫିଚର ଫିଲ୍ମ ତାଲିକାରେ ସ୍ଥାନ ପାଇଛି। ସୋସିଆଲ ମିଡିଆରେ ବିକାଶ ଖନ୍ନା ଏହାର ସୂଚନା ଦେଇଛନ୍ତି। 

ବିକାଶ ଖନ୍ନା ଟ୍ଵିଟ କରି ଲେଖିଛନ୍ତି ଯେ, ୨୦୨୦ର ସବୁଠୁ ଭଲ ଆରମ୍ଭ। ଜାଦୁ, ଜାଦୁ ୟୁନିଭର୍ସ ଆପଣଙ୍କୁ ଧନ୍ୟବାଦ। ଆମ ଫିଲ୍ମ ଦ ଲାଷ୍ଟ କଲର ପିଓର ହାର୍ଟ। ଓସ୍କାର ଏକାଡେମୀ ୨୦୧୯ର ୩୪୪ଟି ଭଲ ଫିଲ୍ମ ତାଲିକା ଘୋଷଣା କରିଛି। ତେବେ ଏହି ଫିଲ୍ମରେ ନୀନା ଗୁପ୍ତା ମୁଖ୍ୟ ଭୂମିକାରେ ଅଛନ୍ତି। ନୀନା ବିକାଶ ଖନ୍ନାଙ୍କ ଟ୍ଵିଟକୁ ରିଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ବିଶ୍ଵାସ ହେଉନି, ମୁଁ ବହୁତ ଖୁସୀ। 

ଦ ଲାଷ୍ଟ କଲର ଏଯାଏଁ ଭାରତରେ ରିଲିଜ୍ ହୋଇ ନାହିଁ। ୨୦୧୯ ମୁମ୍ବାଇ ଫେଷ୍ଟିଭାଲରେ ଏହାର ସ୍କ୍ରିନିଂ ରଖାଯାଇଥିଲା। ଏହାର କାହାଣୀ ବୃନ୍ଦାବନ ଏବଂ ବାରଣାସୀରେ ରହୁଥିବା ଜଣେ ବିଧବା ମହିଳାଙ୍କ ଜୀବନି ଉପରେ ଆଧାରିତ।

Subscribe

National International State Sports Entertainment