ବକ୍ସ ଅଫିସରେ ନୂଆ ଇତିହାସ ରଚିଲା ହାଉସଫୁଲ ୪
Khabar Odisha:entertainment-odisha-housefull-4-created-another-history-set-a-new-record-at-box-office
ନୂଆଦିଲ୍ଲୀ, ନଭେମ୍ଵର ୨୯ (ଖବର ଓଡିଶା) :

 ବକ୍ସ ଅଫିସରେ ନୂଆ ରେକର୍ଡ କଲା ହାଉସଫୁଲ ୪। ଚଳିତ ବର୍ଷ ଅକ୍ଟୋବର ୨୫ରେ ରିଲିଜ ହୋଇଥିବା ଫିଲ୍ମ ହାଉସଫୁଲ ୪ ପ୍ରଥମ ଦିନରେ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିଥିଲା। ତେବେ ଏହି ଫିଲ୍ମ ଏବେ ୨୦୦ କୋଟି କ୍ଲବରେ ସାମିଲ ହୋଇଛି। ଫରହାଦ ସାମଜୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ହାଉସଫୁଲ ୪ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏଥିରେ ଅକ୍ଷୟ କୁମାର, କୃତି ସେନନ, ରିତେଶ ଦେଶମୁଖ, ବବି ଦେୱଲ, ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଛନ୍ତି। 

ବକ୍ସ ଅଫିସ ଇଣ୍ଡିଆ ମୁତାବକ, ୨୦୬ କୋଟି ବ୍ୟବସାୟ କରିବା ସହ ଫିଲ୍ମ ଟପ୍ ଇଣ୍ଡିଆ ନେଟ୍ ଗ୍ରୋସରସରେ ହାଉସଫୁଲ ୪ ନମ୍ଵର ୧ରେ ରହିଛି। ଏହା ପୂର୍ବରୁ ଫିଲ୍ମ ଗୋଲମାଲ ଏଗେନ ଏହି ସ୍ଥାନରେ ଥିଲା। ଯାହାକି ଏବେ ଦ୍ଵିତୀୟ ସ୍ଥାନରେ ପହଁଚିଛି। ତେବେ ଆଜି ସୁଦ୍ଧା ଫିଲ୍ମର କଲେକ୍ସନକୁ ଦେଖିଲେ ଏହା ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି ବୋଲି ଜଣା ପଡିଛି। 

ଟପ୍ ଇଣ୍ଡିଆ ନେଟ୍ ଗ୍ରୋସରସ ତାଲିକା ମୁତାବକ

୧-ହାଉସଫୁଲ ୪ -୨୦୬ କୋଟି

୨-ଗୋଲମାଲ ଏଗେନ -୨୦୫.୫୦ କୋଟି

୩-ଟୋଟାଲ ଧମାଲ -୧୫୦.୦୭ କୋଟି

୪-ଡ୍ରିମ ଗାର୍ଲ -୧୩୯.୩୭ କୋଟି

୫-ବଧାଇ ହୋ -୧୩୪.୪୬ କୋଟି

୬-ରେଡି ୧୨୦.୭୨ କୋଟି

୭-ହାଉସଫୁଲ୨ -୧୧୧.୭୯ କୋଟି

୮-ବାଲା -୧୧୦ କୋଟି

୯-ହାଉସଫୁଲ ୩ -୧୦୮.୦୭ କୋଟି

୧୦-ଗୋଲମାଲ ଏଗେନ -୧୦୮.୦୬ କୋଟି

Subscribe

National International State Sports Entertainment