୭୫ ପ୍ରତିଶତ ଖରାପ ଯକୃତ ସହିତ ଜୀବନ କାଟୁଛନ୍ତି ଅମିତାଭ ବଚ୍ଚନ
Khabar Odisha:entertainment-odisha-bollywood-amitabh-bachchan-75-percent-liver-is-damaged
ମୁମ୍ବାଇ, ଅଗଷ୍ଟ ୨୦ (ଖବର ଓଡିଶା) :

କୌନ ବନେଗା କରୋଡପତିକୁ ନେଇ ଚର୍ଚ୍ଚାରେ ଥିବା ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ପ୍ରତିଦିନ ଫିଟ୍ ଏବଂ ଆକ୍ଟିଭ ଦେଖାଯାଉଥିବା ଅମିତାଭଙ୍କ ୭୫ ପ୍ରତିଶତ ଯକୃତ ଖରାପ ହୋଇଯାଇଛି । ସେ ଏବେ ୨୫ ପ୍ରତିଶତ ଠିକ୍ ଥିବା ଯକୃତ ସାହାଯ୍ୟରେ ବଞ୍ଚିଛନ୍ତି । ଏକ କାର୍ଯ୍ୟକ୍ରମ ସମୟରେ ବିଗ୍ ବି ନିଜେ ଏହି ସତ୍ୟତାର ପର୍ଦ୍ଦାଫାସ୍ କରିଛନ୍ତି । 

୭୬ ବର୍ଷୀୟ ଅମିତାଭ ବଚ୍ଚନ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ସେ କହିଥିଲେ କି, ଜଣେ ବ୍ୟକ୍ତିକୁ ପ୍ରତିଦିନ ଶରୀରର ଚେକଅପ୍ କରିବା ଉଚିତ୍ । ମୋତେ ଟ୍ୟୁବରକ୍ଲୋସିସ୍ ଅସୁବିଧା ରହିଛି । ଯଦି ଏହି ରୋଗ ବିଷୟରେ ସମୟ ଥାଉ ଥାଉ ଜଣାପଡେ ତେବେ ଏହାର ଚିକିତ୍ସା ସମ୍ଭବ । ଅମିତାଭ ନିଜେ ବହୁ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ସେ କେବେ ଏହାକୁ ନିଜ ଜୀବନ ଉପରେ ପ୍ରଭାବ ପକାଇବାକୁ ଦେଇ ନାହାଁନ୍ତି । 

ବିଗ୍ ବି ନିଜ ଫିଟନେସକୁ ନେଇ ବେଶ୍ ଚିନ୍ତିତ । ସେ ନିତିଦିନିଆ ବ୍ୟାୟାମ କରନ୍ତି । ଏହା ସହ ଦିନସାରା ଖୁବ୍ ଆକ୍ଟିଭ୍ ରୁହନ୍ତି । ଖାଦ୍ୟପେୟ ମାମଲାରେ ମଧ୍ୟ ଖୁବ୍ ସତର୍କ ରୁହନ୍ତି । ତାଙ୍କର ଫିଲ୍ମ କଥା କହିବାକୁ ଗଲେ ବ୍ରହ୍ମାସ୍ତ୍ର ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏତଦ୍ ବ୍ୟତୀତ ଗୁଲାବୋ ସିତାବୋର ଶୁଟିଙ୍ଗ୍ ଚାଲୁଛି । ସଈରା ନରସିମହା ରେଡୀ ନାମକ ଏକ ଫିଲ୍ମ ଉପରେ ମଧ୍ୟ କାମ କରାଯାଉଛି । ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇ ସାରିଛି । 

Subscribe

National International State Sports Entertainment