୮୫ କୋଟି ବ୍ୟବସାୟ କଲା ହାଉସଫୁଲ ୪, ପଛରେ ପଡିଛି ମେଡ ଇନ ଚାଇନା ଓ ସାଣ୍ଡ କି ଆଁଖ
Khabar Odisha:entertainment-odisha-4th-day-box-office-collection
ନୂଆଦିଲ୍ଲୀ, ଅକ୍ଟୋବର ୨୯ (ଖବର ଓଡିଶା) :

ଅକ୍ଟୋବର ୨୫ରେ ରିଲିଜ୍ ହୋଇଥିବା ମୋଷ୍ଟ ଆୱେଟେଡ ୩ଟି ଫିଲ୍ମ ବକ୍ସ ଅଫିସରେ ଚତୁର୍ଥ ଦିନରେ ଭଲ ବ୍ୟବସାୟ କରିଛି। କିନ୍ତୁ ଫିଲ୍ମ ସାଣ୍ଡ କି ଆଁଖ, ହାଉସଫୁଲ ୪ ଓ ମେଡ ଇନ ଚାଇନା ଆଶାନୂରୁପକ ବ୍ୟବସାୟ କରିପାରି ନାହିଁ। ହାଉସଫୁଲ ୪ ସମୁଦାୟ ୮୫ କୋଟି ବ୍ୟବସାୟ କରିଥିବା ବେଳେ ମେଇ ଇନ ଚାଇନା ୬.୫୦ କୋଟି ଓ ସାଣ୍ଡ କି ଆଁଖ ୫.୭୫ କୋଟି ବ୍ୟବସାୟ କରିଛି। 

ହାଉସଫୁଲ ୪

ହାଉସଫୁଲ ୪ ପ୍ରଥମ ଦିନରେ ୧୮.୫୦ କୋଟି ବ୍ୟବସାୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୧୮ କୋଟି, ତୃତୀୟ ଦିନରେ ୧୪.୨୫ କୋଟି ଓ ଚତୁର୍ଥ ଦିନରେ ୩୪.୨୫ କୋଟି ବ୍ୟବସାୟ କରିଛି। ଏହି ହିସାବରେ ଫିଲ୍ମ ୮୫କୋଟି ବ୍ୟବସାୟ କରି ପାରିଛି। 

ଅକ୍ଟୋବର ୨୫ରେ ରିଲିଜ୍ ହୋଇଥିବା ଫିଲ୍ମ ହାଉସଫୁଲ ୪ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ କୃତି ସେନନ, ରିତେଶ ଦେଶମୁଖ, କୃତି ଖରବନ୍ଦା, ବବି ଦେଓଲ ଓ ପୂଜା ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଏକ କମେଡି ଫିଲ୍ମ ହୋଇଥିବା କାରଣରୁ ଦର୍ଶକଙ୍କ ନିକଟରେ ଫିଲ୍ମ ବେଶ୍ ଆଦୃତ ହୋଇଛି। 

ମେଡ ଇନ ଚାଇନା 

ଅକ୍ଟୋବର ୨୫ରେ ରିଲିଜ୍ ହୋଇଥିବା ରାଜକୁମାର ରାଓଙ୍କ ଫିଲ୍ମ ମେଡ ଇନ ଚାଇନା ଚତୁର୍ଥ ଦିନରେ ଭଲ ବ୍ୟବସାୟ କରିପାରି ନାହିଁ। ଲୋକମାନେ ଏହି କମେଡି ଫିଲ୍ମକୁ ବେଶ୍ ପସନ୍ଦ କରି ନାହାଁନ୍ତି। ଫିଲ୍ମ ପ୍ରଥମ ଦିନରେ ୧କୋଟି ବ୍ୟବସାୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୧.୫୦ କୋଟି, ତୃତୀୟ ଦିନରେ ୧.୨୫ କୋଟି ଓ ଚତୁର୍ଥ ଦିନରେ ୨.୭୫ କୋଟି ବ୍ୟବସାୟ କରିଛି। ଦେଖିବାକୁ ଗଲେ ୪ ଦିନରେ ଫିଲ୍ମ ସମୁଦାୟ ୬.୫୦ କୋଟି ବ୍ୟବସାୟ କରି ପାରିଛି। 

ଏହି ଫିଲ୍ମରେ ରାଜ କୁମାର ରାଓଙ୍କ ବ୍ୟତୀତ ମୌନୀ ରୟ, ଅମାୟରା ଦସ୍ତୁର, ପରେଶ ରାୱଲ, ବୋମନ ଈରାନୀ ଏବଂ ସୁମିତ ବ୍ୟାସ ମୁଖ୍ୟ ଭୂମିକାରେ ଅଛନ୍ତି। 

ସାଣ୍ଡ କି ଆଁଖ

ହାଉସଫୁଲ ୪ ଓ ମେଡ ଇନ ଚାଇନା ସହ ଅକ୍ଟୋବର ୨୫ରେ ସାଣ୍ଡ କି ଆଁଖ ରିଲିଜ୍ ହୋଇଥିଲା। ନିର୍ଦ୍ଦେଶକ ତୁଷାର ହିରାନନ୍ଦୀନିଙ୍କ ଦ୍ଵାରା ନିର୍ଦ୍ଦେୀତ ଫିଲ୍ମରେ ଭୂମି ଏବଂ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକମାନେ ଖୁବ୍ ଅପେକ୍ଷା କରିଥିଲେ। ତେବେ ଗତ ତିନି ଦିନ ଫିଲ୍ମ କିଛି ଖାସ୍ ବ୍ୟବସାୟ କରି ନଥିଲା। କିନ୍ତୁ ଚତୁର୍ଥ ଦିନର ବ୍ୟବସାୟ ଦେଖି ଫିଲ୍ମ ନିର୍ମାତାଙ୍କୁ ସାମାନ୍ୟ ଆଶ୍ଵସ୍ତୀ ମିଳିଛି। ପ୍ରଥମ ଦିନରେ ଫିଲ୍ମ ୫୦ ହଜାର ବ୍ୟବସାୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୧.୨୫ କୋଟି, ତୃତୀୟ ଦିନରେ ୯୫ ଲକ୍ଷ ଓ ଚତୁର୍ଥ ଦିନରେ ୩.୨୫ କୋଟି ବ୍ୟବସାୟ କରିଛି। ତେବେ ୪ ଦିନରେ ଫିଲ୍ମ ସମୁଦାୟ ୫.୭୫ କୋଟି ବ୍ୟବସାୟ କରିପାରିଛି। 

Subscribe

National International State Sports Entertainment