ନୂଆଦିଲ୍ଲୀ: ବକ୍ସଅଫିସରେ ଧମାଲ କରି ଚାଲିଛି ରଣବୀର ସିଂଙ୍କ ଅଭିନୀତ ଏବଂ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଧୁରନ୍ଧର ୨ । ତେବେ ଫିଲ୍ମକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଧୁରନ୍ଧର ୨କୁ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବ୍ୟାନ କରିବାକୁ ଦାବି ଉଠିଛି । ସୋମବାର ମାଦ୍ରାସ ହାଇକୋର୍ଟରେ ଜଣେ ମହିଳା ଓକିଲ ମୌଖିକ ଭାବେ ଏହି ଅପିଲ୍ କରିଛନ୍ତି । ହେଲେ ଅଦାଲତ ଆଇନଜୀବୀଙ୍କୁ ଯାଚିକା ଦାଖଲ କରିବାକୁ କହିଛନ୍ତି ।
ଲାଇଭ ଲ ଅନୁସାରେ, ମଙ୍ଗଳବାର ଓକିଲ ଶୀଲା ମାଦ୍ରାସ ହାଇକୋର୍ଟରେ ଫିଲ୍ମ ଉପରେ କଟକଣା ଲଗାଇବା ପାଇଁ ତତ୍କାଳ ସୂଚୀବଦ୍ଧ କରିବାକୁ ଦାବି କରିଥିଲେ । ଓକିଲ ମୁଖ୍ୟ ବିଚାରପତି ଏସଏ ଧର୍ମାଧିକାରୀ ଓ ଜଷ୍ଟିସ ଜି ଅରୁଲ ମୁରୁଗନ ତାମିଲନାଡୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦାବି କରିଛନ୍ତି । ତାମିଲନାଡୁରେ ଏପ୍ରିଲ ୨୩ରେ ଭୋଟିଂ ହେବାକୁ ଯାଉଛି ।ଏହା ଉପରେ ଜଷ୍ଟିସ ଧର୍ମାଧିକାରୀ ଓ ଜଷ୍ଟିସ ମୁରୁଗନ ଓକିଲଙ୍କୁ ଯାଚିକା ଦାଖଲ କରିବାକୁ କହିଛନ୍ତି । ଫିଲ୍ମରେ ରାଜନୈତିକ ରଙ୍ଗ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମହିଳା ଓକିଲ ।
ରେକର୍ଡ ଭାଙ୍ଗୁଛି ଧୁରନ୍ଧର
ଅନ୍ୟପଟେ ଧୁରନ୍ଧର ଏ ପର୍ଯ୍ୟନ୍ତ ଭାରତୀୟ ବକ୍ସଅଫିସରେ ୪୬୫.୩୫ କୋଟିର ଆୟ କରି ସାରିି । ସୋମବାର ଖବର ଲେଖାଯିବା ସୁଦ୍ଧ ଫିଲ୍ମ ୧୫.୨୩ କୋଟି ବ୍ୟବସାୟ କରି ସାରିଛି । ବର୍ତ୍ତମାନ ଫିଲର୍ମ ସମଗ୍ର ଦେଶରେ ୮ ହଜାର ୯୭୨ ଶୋ ଚାଲୁଛି । ଏଥିରେ ମୁଖ୍ୟ ଭୁମିକାରେ ରଣବୀର ସିଂଙ୍କ ବ୍ୟତୀତ ଆର ମାଧବନ, ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ସମେତ ଅନେକ କଳାକାର ରହିଛନ୍ତି । ଏହା ପୂର୍ବରୁ ୨୦୨୫ ଶେଷ ଆଡକୁ ଆସିଥିଲା ଧୁରନ୍ଧର ।
Also read: ଦକ୍ଷିଣ ଭାରତରେ ‘ଧୁରନ୍ଧର: ଦ ରିଭେଞ୍ଜ’ର ସୁନାମି; ଭିଡ଼ ସମ୍ଭାଳିବା ମୁସ୍କିଲ, ସିନେମା ହଲ୍ରେ ବଢ଼ାଯାଉଛି ଶୋ’