ଭୁବନେଶ୍ୱର: ଡିଜିଟାଲ ଯୁଗର ସୁବିଧା ସହିତ ବଢ଼ୁଛି ବିପଦ। ଓଡ଼ିଶାରେ ସାଇବର ଅପରାଧ ଦିନକୁ ଦିନ ଚିନ୍ତାଜନକ କାରଣ ପାଲଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ତଥ୍ୟ ଏହି ପରିସ୍ଥିତିକୁ ସ୍ପଷ୍ଟ କରିଦେଇଛି।
ବିଧାୟକ ଅମର କୁମାର ନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,୨୦୨୩ ମସିହାରେ ରାଜ୍ୟରେ ସାଇବର ଅପରାଧ ମାମଲା ସଂଖ୍ୟା ୨,୩୪୮ ଥିଲା। ୨୦୨୪ ମସିହାରେ ଏହି ସଂଖ୍ୟା ୨,୫୦୧କୁ ବୃଦ୍ଧି ପାଇଲା, ଯାହା ସାଇବର ଅପରାଧ କାର୍ଯ୍ୟକଳାପରେ ବୃଦ୍ଧିକୁ ସୂଚାଉଛି। ତେବେ୨୦୨୫ ମସିହାରେ ଏଥିରେ ରେକର୍ଡ ବୃଦ୍ଧି ଘଟି ୨,୮୦୩ ଟି ମାମଲା ପଞ୍ଜିକୃତ ହୋଇଛି, ଯାହା ରାଜ୍ୟରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ଚିନ୍ତାକୁ ସ୍ପଷ୍ଟ କରୁଛି।
- 👉 ୨୦୨୩: ୨,୩୪୮ ମାମଲା
- 👉 ୨୦୨୪: ୨,୫୦୧ ମାମଲା
- 👉 ୨୦୨୫: ୨,୮୦୩ ମାମଲା
ଏହି ତିନି ବର୍ଷର ତଥ୍ୟ ଦେଖିଲେ ସ୍ପଷ୍ଟ ସାଇବର ଅପରାଧର ଗ୍ରାଫ ନିରନ୍ତର ଭାବେ ବୃଦ୍ଧିପାଇବାରେ ଲାଗିଛି ।
କାହିଁକି ବଢ଼ୁଛି ସାଇବର ଅପରାଧ?
ଏକ୍ସପର୍ଟମାନଙ୍କ ମତରେ-
- ଅନଲାଇନ ଟ୍ରାଞ୍ଜାକ୍ସନ ବୃଦ୍ଧି
- ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର
- ଡିଜିଟାଲ ସଚେତନତାର ଅଭାବ
- ଏହା ସାଇବର ଠକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି
ସରକାର କଣ କରୁଛି?
- ରାଜ୍ୟରେ ୩୪ଟି ସାଇବର ଥାନା ସ୍ଥାପନ
- ସଚେତନତା ଅଭିଯାନ ଆରମ୍ଭ
- ପୋଲିସଙ୍କୁ ଟେକ୍ନୋଲୋଜିକାଲ ଟ୍ରେନିଂ
ସାଇବର ଅପରାଧର ବୃଦ୍ଧି କେବଳ ସଂଖ୍ୟା ନୁହେଁ, ଏହା ପ୍ରତ୍ୟେକ ଡିଜିଟାଲ ୟୁଜର ପାଇଁ ସତର୍କ ସଙ୍କେତ। ଯଦି ଅପାଙ୍କ ପାଖକୁ କୌଣସି ଅଜଣା ଲିଙ୍କ, ଫୋନ କଲ୍ ଆସୁଛି ତାହେଲେ OTP ସେୟାର କରିବା ପୂର୍ବରୁ ସାବଧାନ, ନଚେତ ଆଖି ପିଛୁଳାକେ ଖାଲି ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।