ଭୁବନେଶ୍ୱର : ଆରପାରିରେ ଲୋକପ୍ରିୟ ଗୀଟାରିଷ୍ଟ ଦେବାଂଶୁ ରଥ। ସେ ୬୬ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଗତ ଶନିବାର ସେ ଘରେ ଅନ୍ଲାଇନ୍ରେ ଛାତ୍ରମାନଙ୍କୁ ଗିଟାର ଶିଖାଉଥିଲେ। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।। ତେବେ ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଏକ ଶୋକର ଛାୟା ଖେଳି ଯାଇଛି।
ଦୀର୍ଘ ୪୦ ବର୍ଷ ଧରି ଗିଟାରର ଯାଦୁରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଆସୁଥିଲେ ଗୀଟାରିଷ୍ଟ ଦେବାଂଶୁ ରଥ। ଓଡ଼ିଆ ସିନେମାରେ ଜଣେ ପ୍ରଚ୍ଛଦପଟ୍ଟ ସଂଗୀତ ନିର୍ଦ୍ଦେର୍ଶକ ଭାବେ ସେ ୮୦ରୁ ଅଧିକ ସିନେମାରେ କାମ କରିଛନ୍ତି। ସେ ହିନ୍ଦୀ, ତେଲୁଗୁ ଓ ତାମିଲ ସଙ୍ଗୀତ ଜଗତରେ ମଧ୍ୟ ନିଜ ଛାପ ଛାଡ଼ିଯାଇଛନ୍ତି। ସେ ଏଆର ରହମାନଙ୍କ ଚଳଚ୍ଚିତ୍ରରେ ମୁଖ୍ୟ ଗିଟାର ବାଦକ ଭାବେ କାମ କରିଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ‘ରୋଜା’ ଓ ‘ରକ୍ଷ୍ଟାର୍’ରେ ତାଙ୍କ ଗିଟାରର ଧୂନ୍ ସିନେପ୍ରେମୀଙ୍କୁ ମତୁଆଲା କରିଥିଲା। ସେହିପରି ଅଭିନେତା ବିଜୟ ସେତୁପତିଙ୍କୁ ହାରମୋନିକା ଶିକ୍ଷା ମଧ୍ୟ ଦେଉଥିଲେ।
ରବିବାର ବିଳମ୍ବିତ ରାତିରେ ଦେବାଂଶୁଙ୍କ ଅକସ୍ମାତ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କୁ ଭଲପାଉଆଉଥିବା ପ୍ରତ୍ୟକଟି ପ୍ରଶଂସକ। ଏହାସହିତ ତାଙ୍କର ଘରେ ଏକ ଶୋକର ଛାୟା ଖେଳି ଯାଇଛି। ତେବେ ତାଙ୍କ ଧର୍ମପତ୍ନୀ ସୁଜାତା ମିଶ୍ର, ଝିଅ ସାଲୋନୀ ଏବଂ ପୁଅ ଜଗନ୍ନାଥଙ୍କ ଉପସ୍ଥିତିରେ ଚେନ୍ନାଇରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।
ଅଧିକ ପଢନ୍ତୁ ; ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ