ରାୟଗଡା ; ବିଜୟୱାଡା ରାଞ୍ଚି କରିଡର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇଜଣ ବାଇକ ଆରୋହୀଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ରହିଛନ୍ତି। ଉଭୟକଙ୍କ ଘର ଚାଟିକୋଣା ଗ୍ରାମରେ ବୋଲି ଜଣାପଡିଛି। ଖବରପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଦୁଇଜଣ ବାଇକ ଆରୋହୀ ବିଷମ କଟକ ଥାନା ଅନ୍ତର୍ଗତ ଚାଟିକୋଣା ଗ୍ରାମ ଦେଇ ଯାଉଥିଲେ। ଏହି ସମୟରେ ହଠାତ ବିପରୀତ ଦିଗରୁ ଆସୁଥିବା ଏକ ଗାଡି ବାଇକଟିକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।