ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହରାଗୋଡ଼ା ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀ କୂଳ ବାଲିରୁ ଏକ ଶକ୍ତିଶାଳୀ ତଥା ଜୀବନ୍ତ ବୋମା ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ବୋମା, ଯାହାର ଓଜନ ପ୍ରାୟ ୫୦୦ ପାଉଣ୍ଡ ବା ୨୨୭ କିଲୋଗ୍ରାମ। ଏହି ବିଶାଳକାୟ ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ପ୍ରଶାସନ ଏବଂ ପୋଲିସ ଆଲର୍ଟ ମୋଡ୍ରେ ଅଛନ୍ତି। ବୋମାରେ ଲେଖାଅଛି Made In America । ଗ୍ୟାସ୍ ସିଲିଣ୍ଡର ଭଳି ଦେଖାଯାଉଥିବା ଏହି ବୋମା ଉପରେ ସ୍ପଷ୍ଟ ଭାବରେ “AN-M64 500-LB… American Made Unexploded (UXO)” ଲେଖାଯାଇଛି।
ବିଶେଷଜ୍ଞଙ୍କ ମତରେ, ଏହା ଏକ 'ଜେନେରାଲ୍ ପର୍ପସ୍' ବୋମା, ଯାହା ଅତୀତରେ କୌଣସି ବିମାନରୁ ଖସି ନଦୀ ବାଲିରେ ପୋତି ହୋଇ ରହିଯାଇଥିଲା ଏବଂ ବିସ୍ଫୋରଣ ହୋଇନଥିଲା। ସ୍ଥାନୀୟ ଲୋକେ ବାଲି ଖୋଳୁଥିବା ସମୟରେ ପାଣିପଡ଼ା-ନାଗୁଡ଼ସାଇ ନିକଟରେ ଏହାକୁ ଠାବ କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍ କରିଛି। ସେନା ସାହାଯ୍ୟରେ ଏହାକୁ ନିଷ୍କ୍ରିୟ କରାଯିବ ରାଞ୍ଚିରୁ ଆସିଥିବା । ତେବେ ବୋମା ନିଷ୍କ୍ରିୟକାରୀ ଦଳ (Bomb Squad) ଏହାର ଯାଞ୍ଚ କରିବା ପରେ ଏହାକୁ ଏକ ଘାତକ ତଥା ଶକ୍ତିଶାଳୀ ବୋମା ବୋଲି ସ୍ପଷ୍ଟ କରିଛନ୍ତି।