ବାରିପଦା: ଓଡ଼ିଶାରେ ବନ୍ୟଜନ୍ତୁ ଶିକାର ଘଟଣା ପୁଣିଥରେ ଚର୍ଚ୍ଚାରେ। ବାରିପଦା ବନ ବିଭାଗକୁ ମିଳିଛି ସଫଳତା। ଏକ ବଡ଼ ଅଭିଯାନରେ ମେଲାନିଷ୍ଟିକ୍ (କଳା) ବାଘର ଚମଡ଼ା ଜବତ କରି ୯ ଜଣଙ୍କୁ ଗିରଫ କରିଛି। ଫେରାର ଥିବା ମୁଖ୍ୟ ଶିକାରୀକୁ ଧରିବାକୁ ଜାଲ ବିଛାଇଛି ବନ ବିଭାଗ।
ଖବର ପାଇ କୁଳିଅଣା ଅଞ୍ଚଳରେ ଚଢ଼ାଉ କରି ବନବିଭାଗର ସ୍ଵତନ୍ତ୍ର ଦଳ ବାଘଚମଡା ଡିଲ୍ ବେଳେ୨ଜଣଙ୍କୁ ମାଡ଼ି ବସିଥିଲା। ଚମଡ଼ା ଜବତ ହେବା ପରେ ଶିକାର ବାଘର ବୟସ ପ୍ରାୟ ୩ ବର୍ଷ ବୋଲି ଅନୁମାନ କରାଯାଇଥିଲାl ପଚରାଉଚୁରା ବେଳେ ଗତ ମାସେ ଆଗରୁ ଉଦଳା ରେଞ୍ଜ ଅଞ୍ଚଳରେ ସେହି କଳା ବାଘର ଶିକାର ହୋଇଥିବା ସୂଚନା ପାଇଥିଲା ବନବିଭାଗ।
ଗତକାଲି ରବିବାର ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ । ଧରା ପଡ଼ିଥିବା ୯ ଜଣଙ୍କ ମଧ୍ୟରେ ୩ ଜଣ ସହଯୋଗୀ ଶିକାରୀ ଥିବାବେଳେ ୬ ଜଣ ଚମଡ଼ା ବେପାରୀ ଅଛନ୍ତି। ଏଯାଏଁ ମୁଖ୍ୟ ଶିକାରୀ ଧରା ପଡ଼ିଥିବାରୁ ବନବିଭାଗର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ସହିତ ଛାନଭିନ ଜାରି ରହିଛି।
ରିପୋର୍ଟ ଅନୁଯାୟୀ, ଗତକାଲି କୁଳିଆନା ଅଞ୍ଚଳରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବାଘ ଛାଲ ସହିତ ଦୁଇ ଜଣଙ୍କୁ ଧରିଥିଲା। ଜବତ ଚମଡ଼ାଟି ପ୍ରାୟ ଏକ ମାସ ପୂର୍ବରୁ ଉଦଳା ରେଞ୍ଜରେ ହତ୍ୟା କରାଯାଇଥିବା ଏକ ୩ ବର୍ଷର ବାଘର ବୋଲି ଅନୁମାନ କରାଯାଉଛି। ବିଭାଗ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ଆହୁରି ସାତ ଜଣଙ୍କୁ ଗିରଫ କରିଛି। ତଥାପି, ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବା ତାକୁ ଧରିବା ପାଇଁ ଛାନଭିନ ଚଳାଇଛି।