ଫିଲ୍ମ 'ଧୁରନ୍ଧର'ର ବ୍ୟାପକ ସଫଳତା ପରେ ଏହାର ସିକ୍ୱେଲ୍ 'ଧୁରନ୍ଧର: ଦ ରିଭେଞ୍ଜ' ନିକଟରେ ମୁକ୍ତିଲାଭ କରିଛି, ଯାହାକୁ ଦର୍ଶକଙ୍କ ପକ୍ଷରୁ ଚମତ୍କାର ପ୍ରତିକ୍ରିୟା ମିଳୁଛି। ଫିଲ୍ମର କାହାଣୀ, ଆକ୍ସନ ଏବଂ ଷ୍ଟାର୍ କାଷ୍ଟକୁ ଲୋକେ ଖୁବ୍ ପସନ୍ଦ କରୁଥିବା ବେଳେ ଏଥିରେ ଅଭିନୟ କରିଥିବା କଳାକାରମାନେ ମଧ୍ୟ ଲାଇମ୍ଲାଇଟ୍ରେ ଅଛନ୍ତି।
ନିକଟରେ ଏବିପି ଏଣ୍ଟରଟେନମେଣ୍ଟ ସହ କଥାବାର୍ତ୍ତା ବେଳେ ASP ଉମର ହୈଦର ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ଉପ୍ପଲ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପ୍ରଶଂସା କରିଥିଲେ। ଏଥିସହ ସଞ୍ଜୟ ଦତ୍ତଙ୍କ ଗାଳି ଦେବା ସିନ୍କୁ ନେଇ ସେ କଣ କହିଛନ୍ତି, ଆସନ୍ତୁ ଜାଣିବା।
ଆଦିତ୍ୟ ଧରଙ୍କ ପ୍ରଶଂସା କଲେ ଆଦିତ୍ୟ ଉପ୍ପଲ
ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ, ଆଦିତ୍ୟ ଜଣେ ଅତ୍ୟନ୍ତ ଶାନ୍ତ ଏବଂ ସନ୍ତୁଳିତ ସ୍ୱଭାବର ବ୍ୟକ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି, କିନ୍ତୁ ଆଦିତ୍ୟଙ୍କ କାମ କରିବାର ଶୈଳୀ ସମ୍ପୂର୍ଣ୍ଣ ନିଆରା। ସେ ପ୍ରତିଟି ଜିନିଷ ଉପରେ ଭଲ ଭାବେ ଗବେଷଣା କରନ୍ତି ଏବଂ କଳାକାରମାନଙ୍କୁ କାମ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଅନ୍ତି। ଏପରିକି କଠିନ ପରିସ୍ଥିତିରେ ମଧ୍ୟ ସେ କେବେ ରାଗିବା ଦେଖିନାହାନ୍ତି।
ସଞ୍ଜୟ ଦତ୍ତଙ୍କ ବିଷୟରେ କହିଲେ ଏହି କଥା
ସଞ୍ଜୟ ଦତ୍ତଙ୍କ ବିଷୟରେ ସେ କହିଛନ୍ତି, "ସେଟ୍ର ପ୍ରଥମ ଦିନରେ ମୁଁ ତାଙ୍କ ଉପରୁ ନଜର ହଟାଇ ପାରୁନଥିଲି।" ତାଙ୍କ ଚାଲିଚଳନ ଏବଂ କଥା କହିବା ଶୈଳୀ ସବୁ କିଛି ଅଲଗା। ଅନେକ ସମୟରେ ସେଟ୍ରେ ସେ ଯେତେବେଳେ ଗାଳି ଦେଉଥିଲେ ବା କୌଣସି ଡାଏଲଗ୍ ଭୁଲି ଯାଉଥିଲେ, ମୋର ହସ ମାଡୁଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଞ୍ଜୟ ଯେଉଁ ଗାଳି ଦିଅନ୍ତି, ସେଇଟା ଲାଗେ ଯେମିତି ସେ ମନରୁ ଦେଉଛନ୍ତି।
ସୂଚନାଯୋଗ୍ୟ ଯେ, ଫିଲ୍ମ 'ଧୁରନ୍ଧର: ଦ ରିଭେଞ୍ଜ' ନିକଟରେ ମାର୍ଚ୍ଚ ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ସଞ୍ଜୟ ଦତ୍ତ, ଆର ମାଧବନ, ଅର୍ଜୁନ ରାମପାଲ ଏବଂ ସାରା ଅର୍ଜୁନଙ୍କ ଭଳି କଳାକାର ମଧ୍ୟ ଅଛନ୍ତି। ୨୨୫ କୋଟି ବଜେଟ୍ର ଏହି ଫିଲ୍ମ ପ୍ରଥମ ଦିନରେ ୧୪୫.୫୫ କୋଟି ଟଙ୍କାର ବ୍ୟବସାୟ କରିଛି।