ପୁରୀର ପବିତ୍ର ବଡ଼ଦାଣ୍ଡ ଏବେ ହେବ ଆଉ ଅଧିକ ଶୁଚି ଓ ନିୟନ୍ତ୍ରିତ। ଶ୍ରୀମନ୍ଦିର ପରିସରର ୧ କି.ମି. ମଧ୍ୟରେ ମଦ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବ ନାହିଁ। ଏନେଇ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଅବକାରୀ ବିଭାଗକୁ କଡ଼ା ସୁପାରିସ କରାଯାଇଛି। ପୁରୀ ଶ୍ରୀମନ୍ଦିରକୁ ଘେରିଥିବା ୧ କି.ମି. ପରିଧିରେ ମଦ ବିକ୍ରି ନିଷେଧ ହେବାକୁ ଯାଉଛି। ବଡ଼ଦାଣ୍ଡ ଭଳି ଧାର୍ମିକ ସ୍ଥାନରେ ଏପରି ବ୍ୟବସାୟକୁ ନିୟନ୍ତ୍ରଣ କରିବାକୁ ଜୋର ଦିଆଯାଇଛି।
କେଉଁଠି କେତେ ଦୂରତାରେ ନିଷେଧ?
ଓଡ଼ିଶା ଅବକାରୀ ନିୟମ-୨୦୧୭ ଅନୁଯାୟୀ—
- ମନ୍ଦିରଠାରୁ ୩୦୦ ମିଟର ଭିତରେ ମଦ ଦୋକାନ ନିଷେଧ
- ଶିକ୍ଷାନୁଷ୍ଠାନଠାରୁ ୫୦୦ ମିଟର ମଧ୍ୟରେ ମଦ ବିକ୍ରି ବନ୍ଦ
- ୧ କି.ମି. ମଧ୍ୟରେ କୌଣସି ନିଶାଦ୍ରବ୍ୟ ଦୋକାନ ନାହିଁ
- ଅନଲାଇନ ଡେଲିଭରି ଉପରେ ମଧ୍ୟ କଡ଼ା ନଜର
ଏବେ କେବଳ ଅଫଲାଇନ ନୁହେଁ, ଅନଲାଇନ ମାଧ୍ୟମରେ ନିଷେଧ
ଛାତ୍ରାବାସକୁ Swiggy ଓ Zomato ଦ୍ୱାରା ମଦ ପହଞ୍ଚୁଥିବା ଅଭିଯୋଗ ଆସିବା ପରେ ଛାତ୍ରାବାସକୁ ମଦ ପ୍ରବେଶ ବନ୍ଦ କରାଯାଇଛି ସେହିପରି ଅନଲାଇନ ମଦ ଡେଲିଭରି ଉପରେ ମଧ୍ୟ ନିଷେଧ ପାଇଁ ପ୍ରସ୍ତାବ ଆସିଛି।
ବର୍ତ୍ତମାନ ସ୍ଥିତିରେ ସରକାରୀ ନିୟମକୁ ଆଧାର କରି ଯେଉଁ ଦୋକାନଗୁଡ଼ିକ ଖୋଲାଯାଇ ପାରିବ, ତା’ ଉପରେ ଅବକାରୀ ବିଭାଗ ଯଥାଶୀଘ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ଓ ଚୋରା ମଦ ବିକ୍ରିର ଅଭିଯୋଗ ଆସୁଛି, ତୁରନ୍ତ ସେହି ଦୋକାନକୁ ବନ୍ଦ କରିବା ସହ ଉକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।