କଟକ: ରାଜ୍ୟସଭା ନିର୍ବାଚନ ବିଜେଡି ପାଇଁ ବଡ ଧକ୍କା ସଦୃଶ ହୋଇଛି । ଦଳରୁ ୬ ବିଧାୟକ ବିଦା ହେବାର ଦ୍ୱାର ଦେଶରେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ କଟକ ମେୟର ସୁବାଷ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବିଜେଡିୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ହୋଇଥିଲା । ତାଙ୍କର ବୟାନ ରାଜନୀତିକୁ ଆହୁରି ଖୋରାକ ଯୋଗାଇଛି ।
ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନ ପରେ ବିଜେଡିକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ଦଳ ସଭାପତିଙ୍କ ପାଖରେ ସବୁ ଖବର ଥିଲା । ଆଉ ଏବେ ଜଳ ଜଳ ହୋଇ ସବୁ ଦିଶୁଛି । ରାଜ୍ୟସଭା ନିର୍ବାଚନରେ ସବୁ ସ୍ପଷ୍ଟ ହୋଇ ଯାଇଛି । ଏମିତି ଲୋକଙ୍କ ବିରୋଧରେ ଦଳ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏପରିକି ଏମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ ପତ୍ର ଲେଖାଯିବ ବୋଲି ପ୍ରମିଳା ମଲ୍ଲିକ କହିଥିଲେ । ଏହି ଛଅ ବିଧାୟକ ହେଉଛନ୍ତି ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ଚନ୍ଦ୍ରମଣି କହଁର ଏବଂ ରମାକାନ୍ତ ଭୋଇ।
Also read: ବିଳମ୍ବରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ,୬ ବିଧାୟକ ନିଲମ୍ବିତ