ଭୁବନେଶ୍ୱର: ଶିକ୍ଷକ ହେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଗଲା ବଡ଼ ଖବର। B.Ed, M.Ed ଓ B.H.Ed ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଶୀଘ୍ର ହେବାକୁ ଯାଉଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ଜାରି ହୋଇଛି।
କାଲିଠାରୁ ଆରମ୍ଭ ଆବେଦନ
ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ଆସନ୍ତାକାଲି (୨୩ ମାର୍ଚ୍ଚ) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
ଆଗ୍ରହୀ ପ୍ରାର୍ଥୀମାନେ ୬ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ Common Application Form (CAF) ପୂରଣ କରିପାରିବେ।
📅 ମନେ ରଖନ୍ତୁ ଏହି ତାରିଖଗୁଡ଼ିକ
📌 ଆବେଦନ ଆରମ୍ଭ: ୨୩ ମାର୍ଚ୍ଚ
📌 ଆବେଦନ ଶେଷ: ୬ ଏପ୍ରିଲ
📌 ଡାଟା ସବମିଶନ (SSBକୁ): ୧୩ ଏପ୍ରିଲ
📌 ଆଡମିଟ୍ କାର୍ଡ଼: ୨୭ ମେ’
📌 B.Ed ପରୀକ୍ଷା: ୩୧ ମେ’
📌 M.Ed & B.H.Ed ପରୀକ୍ଷା: ୩ ଜୁନ
କିପରି ହେବ ଚୟନ?
ଏହି ସମସ୍ତ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ମେରିଟ୍ ଆଧାରରେ ହିଁ ନାମଲେଖା ହେବ।
କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?
B.Ed, M.Ed ଓ B.H.Ed ପାଠ୍ୟକ୍ରମ ଶିକ୍ଷକ ଜୀବନର ପ୍ରଥମ ପଦକ୍ଷେପ। ପ୍ରତିବର୍ଷ ହଜାର ହଜାର ଆବେଦନକାରୀ ଏହି ପରୀକ୍ଷା ଦେଇଥାନ୍ତି। ଏଥିପାଇଁ କାଲିଠାରୁ ଆବେଦନ ଆରମ୍ଭ ହେଉଥିବା ବେଳେ ମେ’ ଓ ଜୁନରେ ପରୀକ୍ଷା କରାଯିବ ସେହିପରି ସମୟ ଭିତରେ ଫର୍ମ ପୁରଣ କରନ୍ତୁ, ନହେଲେ ସୁଯୋଗ ମିସ୍ ହୋଇଯାଇପାରେ। ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ସମୟ ମଧ୍ୟରେ ଆବେଦନ କରନ୍ତୁ।