ବହୁ ପ୍ରତୀକ୍ଷିତ ଭିନ୍ନ ସ୍ଵାଦର ‘ଯାତ୍ରା କଳାମନ୍ଦିର’ର ଲୋକାର୍ପଣ
Khabar Odisha:entertainment-jollywood-jatra-kalamandir-inagurated-on-17-november
ଭୁବନେଶ୍ଵର, ନଭେମ୍ବର୧୭(ଖବର ଓଡ଼ିଶା):

ବହୁ ପ୍ରତୀକ୍ଷିତ ଯାତ୍ରା କଳାମନ୍ଦିରର ଲୋକାର୍ପଣ ଉତ୍ସବ ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକାଠାରେ ଅନୁଷ୍ଠିତ ହୋଇ ଯାଇଛି। କଳାମନ୍ଦିରର ସ୍ଵତ୍ତାଧିକାରୀ ନିରଞ୍ଜନ ସାହୁଙ୍କ ସହ ବିଶିଷ୍ଟ କଳାକାର ବିଜୟ ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ହରବାରିକ, ଆଶୁତୋଷ ମହାପାତ୍ରଙ୍କ ଉପସ୍ଥିତିରେ ଯାତ୍ରା କଳାମନ୍ଦିରର ଲୋକାର୍ପଣ ହୋଇ ଯାଇଛି।

ଦୀର୍ଘ ଦିନ ଧରି ଯାତ୍ରା ବା ଗଣନାଟ୍ୟ ଓଡ଼ିଶାର ଅଗଣିତ ଯାତ୍ରା ପ୍ରେମୀ ଦର୍ଶକଙ୍କଲାଗି ମନୋରଞ୍ଜନର ମାଧ୍ୟମ ହୋଇ ଆସିଛି। ଦର୍ଶକମାନେ ପ୍ରତ୍ୟକ୍ଷଭାବେ ଉପଭୋଗ କରୁଥିବା ଏବଂ ପ୍ରତିଟି ଆବେଗକୁ ମନଭରି  ଜିଉଁଥିବାର ମାଧ୍ୟମ ହେଉଛି ଯାତ୍ରା, ଯେଉଁଠି କରତାଳି ସହ ଗାଳି ମଧ୍ୟ ପୁରସ୍କାର ପରି ମନେ ହୁଏ। ଓଡ଼ିଶାର ପରମ୍ପରା, କଳା, ସଂସ୍କୃତି ତଥା ଶାଳୀନତା ବଜାୟ ରଖିବା ପ୍ରୟାସରେ ଏବଂ ଅବକ୍ଷୟମୁଖୀ ସମାଜକୁ ଅତୀତର ଗୌରବ ଓ ଉତ୍କର୍ଷତାକୁ ଯାତ୍ରା ଦର୍ଶକମାନଙ୍କ ପାଖକୁ ପୁଣି ଥରେ ଫେରାଇ ଆଣିବାର ନିର୍ଭର ପ୍ରତିଶ୍ରୁତି ନେଇ ଆରମ୍ଭ ହେବାକୁ ଯାଉଛି ଯାତ୍ରା କଳାମନ୍ଦିର।  

ଯାତ୍ର  ଜଗତର ସଂପୂର୍ଣ୍ଣ ରୂପରେଖ ବଦଳାଇ ସ୍ଵତନ୍ତ୍ର ବିଚାରଧାରା, ନୂତନ ଚିନ୍ତାଧାରା ଓ ନିଆରା ପ୍ରୟାସରେ ଭରପୂର ମନୋରଞ୍ଜନ ନେଇ ଆସୁଥିବା ଏହି ଯାତ୍ରା ପାର୍ଟି ସମସ୍ତ ବର୍ଗର ଦର୍ଶକଙ୍କ ମନକୁ ଜିଣିବ ବୋଲି ଉପସ୍ଥିତ କଳାକାରବୃନ୍ଦ କହିଛନ୍ତି। ଯୁବ ଗୋଷ୍ଠୀଠୁ ଆରମ୍ଭ କରି ସମସ୍ତ ବର୍ଗର ଦର୍ଶକଙ୍କ ମନକୁ ଜିଣିବା ପର ନିଚ୍ଛକ ଓଡ଼ିଆ ଘରର କାହାଣୀ, ଓଡ଼ିଆ ଘରର କଥା, ବଳିଷ୍ଠ ସଂଳାପ, ମନ ପୂରିଲା ପରି ଅଭିନୟ ଓ ଆଖି ଝଲସା କାରିଗରୀକୁ ନେଇ ୨୦୨୦-୨୧ ଯାତ୍ରା ବର୍ଷରୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା କଳାମନ୍ଦିର। 

ଲୋକାର୍ପଣ ଉତ୍ସବରେ କଳାମନ୍ଦିରର ସ୍ଵତ୍ତାଧିକାରୀ ନିରଞ୍ଜନ ସାହୁଙ୍କ ସହ ବିଶିଷ୍ଟ କଳାକାର ବିଜୟ ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ହରବାରିକ, ବିନୋଦ ରାଉତ, ଆଶୁତୋଷ ମହାପାତ୍ର, କିଶୋର ମହାପାତ୍ର, ପ୍ରଦୀପ ବେହେରା, କୈଳାଶ ମଲ୍ଲିକ, ମୁକ୍ତିକାନ୍ତ ନାୟକ, ମିହିର ମହାପାତ୍ର, ପ୍ରେମାନନ୍ଦ, ବିକାଶ ଶୁକ୍ଳା, କୃପାସିନ୍ଧୁ ବେହେରା, ବିମ୍ବାଧର ଦାସ, ସଞ୍ଜୟ କୁମାର, ଅନୁପ ସ୍ଵାଇଁ, ଦୈତାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Subscribe

National International State Sports Entertainment