ରିଲିଜ ହେଲା ସୈନିକଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ "ବଙ୍କର'
Khabar Odisha:entertainment-bollywood-bunker-released-with-unheard-stories-of-millions-of-soldiers
ମୁମ୍ବାଇ, ଜାନୁଆରୀ ୧୭ (ଖବର ଓଡ଼ିଶା):

ସବୁ ସୈନିକଙ୍କ ପାଖରେ ନିଜ ଜୀବନର କିଛି କାହାଣୀ ରହିଥାଏ । ସେହି କାହାଣୀକୁ ନିଜ ଭାବନାରେ ବାନ୍ଧି ରଖିବାକୁ ପଡ଼ିଥାଏ । କିନ୍ତୁ ସୈନିକଙ୍କ କାହାଣୀ ଆଧାରରେ ଏଥର ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଭାରତର ପ୍ରଥମ ଏଣ୍ଟିୱାର ଫିଲ୍ମ "ବଙ୍କର' । 

ସୈନିକଙ୍କ ଏମିତି କିଛି ଅକୁହା କାହାଣୀକୁ ନେଇ ନିର୍ମିତ ଫିଲ୍ମ "ବଙ୍କର' ଆଜି ରିଲିଜ ହୋଇଛି । ଜୁଗଲ ରାଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ "ବଙ୍କର' ଲେଫ୍ଟନାଣ୍ଟ ବିକ୍ରମ ସିଂହଙ୍କ ଏକ କାହାଣୀ ଉପରେ ଆଧାରିତ ହୋଇଛି । ଯୁଦ୍ଧ ଅସ୍ତ୍ରବିରତି ଉଲଘଂନ ସମୟରେ ମୋର୍ଟାର ସେଲ ଦ୍ୱାରା ଆକ୍ରମଣ କରାଯାଇଥିବା ବେଳେ ଜାମ୍ମୁକାଶ୍ମୀରର ଏଲଓସିସ୍ଥିତ ଫୁଞ୍ଛରେ ବିକ୍ରମ ସିଂହ ଏକ ଗୁପ୍ତ 'ବଙ୍କର'ରେ ଆଘାତ ପାଇ ବଞ୍ଚିଥିଲେ । ଏହି 'ବଙ୍କର' ଫିଲ୍ମର ୯୫ ପ୍ରତିଶତ ସୁଟିଙ୍ଗ ୫ଦିନରେ ୧୨ ଫୁଟର ଆଠଟି ବଙ୍କରରେ କରାଯାଇଛି । ଘର ପରିବାର ଛାଡ଼ି ଦେଶ ପାଇଁ କର୍ତ୍ତବ୍ୟ ଦିଗରେ ଥିବା ଏକ ସୈନିକ ପାଇଁ ବଙ୍କର ମନବଳ ଯୋଗାଇଥାଏ । ଏହା ଭିତରେ ବଙ୍କର ଫିଲ୍ମ ଆପଣଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବ । 

ବୈଗିଂଗ ଟେଲ ଏଣ୍ଟରଟେନମେଣ୍ଟ ଦ୍ଵାରା ପ୍ରସ୍ତୁତ ଫାଲ୍କନ ପିକ୍ଚର୍ସ ପ୍ରଡକ୍ସନ ଦ୍ଵାରା ନିର୍ମିତ ଏବଂ ଜୁଗଲ ରାଜଙ୍କ ଦ୍ଵାରା ଲିଖିତ ଫିଲ୍ମ ବଙ୍କର ଅଭିଜିତ ସିଂହ ଓ ଅରିନ୍ଦିତା କାଲିତା ଅଭିନୀତ। ଫିଲ୍ମ ନିର୍ମାତାମାନେ ଘୋଷଣା କରିଛନ୍ତି ଯେ, ବଙ୍କର ବ୍ୟବସାୟରେ ହୋଇଥିବା ସମସ୍ତ ଲାଭକୁ ଆର୍ମି ୱାଇଭସ୍ ଆଶୋସିଏସନକୁ ସେନାକୁ ଶ୍ରଦ୍ଧାଞ୍ଜଳି ସ୍ଵରୂପ ପ୍ରଦାନ କରାଯିବ।

  • Tags:

Subscribe

National International State Sports Entertainment