ମଲାଲର ଟ୍ରେଲର ରିଲିଜ, ବଲିଉଡରେ ଏବେ ନବାଗତଙ୍କ ଭିଡ
Khabar Odisha:bollywood-odisha-malaal-trailer-released-sanjay-leela-bhansali-sharmin-segal-and-meezaan
ନୂଆଦିଲ୍ଲୀ, ମଇ ୧୯ (ଖବର ଓଡିଶା) :

ବଲିଉଡରେ ଏବେ ଷ୍ଟାର କିଡସମାନେ ଡେବ୍ୟୁ କରୁଛନ୍ତି । ଏହି ମଧ୍ୟରେ ସଞ୍ଜୟ ଭଂସାଲୀଙ୍କ ନବାଗତ ଫିଲ୍ମ ମଲାଲରେ ଦୁଇ ନୂତନ ଚେହେରା ଦେଖିବାକୁ ମିଳିଛନ୍ତି । ତେବେ ସେମାନେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସଞ୍ଜୟ ଭଂସାଲୀଙ୍କ ଭଣଜା ଶରମିନ ସହଗଲ ଏବଂ ଜାବେଦ ଜାଫରୀଙ୍କ ପୁଅ ମୀଜାନ । ଏହି ଫିଲ୍ମର ଟ୍ରେଲର ଏବେ ରିଲିଜ ହୋଇ ସାରିଛି । 

ଲମ୍ବା ସମୟ ଧରି ଚର୍ଚ୍ଚାରେ ଥିବା ଫିଲ୍ମ ମଲାଲର ଟ୍ରେଲର ଏବେ ସାମ୍ନାକୁ ଆସିଛି । ଏହା ଛୋଟ ଥିଲେ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ବହୁ ଚର୍ଚ୍ଚିତ ଏକ ମୁଦ୍ଦାକୁ ନେଇ ଏହି ଫିଲ୍ମ ଆଧାରିତ । ମୁମ୍ବାଇରେ ମରାଠୀ ନଥିବା ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେହି ସବୁ ସମସ୍ୟାକୁ ନେଇ ଏହି ଫିଲ୍ମ ଆଧାରିତ । ଏଥିରେ ଏକ ମରାଠୀ ଲଭ୍ ଷ୍ଟୋରୀ ମଧ୍ୟ ଦେଖିବାକୁ ମିଳୁଛି । ମଲାଲରେ ମୁଖ୍ୟ ଭୂମିକାରେ ମୀଜାନ ଅଛନ୍ତି । ଭଂସାଲୀ ଏବଂ ଟି ସିରିଜ ଏହାକୁ ନିର୍ମାଣ କରିଛନ୍ତି । ତେବେ ମଲାଲ ୨୮ ଜୁନ ୨୦୧୯ରେ ରିଲିଜ ହେବାକୁ ଯାଉଛି । 

Subscribe

National International State Sports Entertainment