ମୁମ୍ବାଇ,୬ଏପ୍ରିଲ(ଖବର ଓଡିଶା);ଆଜି ମୁଁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି । ତୁରନ୍ତ ମୁଁ ନିଜକୁ ଅଲଗା କରି ହୋମ କ୍ୱାରେଣ୍ଟାଇନରେ ରହିବି । ମୁଁ ମୋର ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି । ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ ଆପଣଙ୍କର ସମସ୍ତ ପ୍ରେମ ଏବଂ ସମର୍ଥନ ପାଇଁ କୃତଜ୍ଞ ।
ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି କରୋନାରେ ସଂକ୍ରମିତ ହୋଇଥିଲେ । ନିକଟ ଅତୀତରେ ଅକ୍ଷୟ କୁମାର, ଆମୀର ଖାନ, ଆଲିଆ ଭଟ୍ଟ, ଆର ମାଧବନ, ରଣବୀର କପୁର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ, ଗାୟକ ଆଦିତ୍ୟ ନାରାୟଣ, ଅଭିନେତ୍ରୀ ଭୁମି ପେଡନକର, ବିକି କୌଶଲ, ହାସ୍ୟ ଅଭିନେତା କୁନାଲ କମ୍ରା ଏବଂ ସଂକ୍ରମିତ ହୋଇଛନ୍ତି ।