ମୁମ୍ବାଇ: ସମସ୍ତଙ୍କୁ ନିଜର କମେଡ଼ି ମାଧ୍ୟମରେ ହସାଉଥିବା ହାସ୍ୟ କଳାକାର କପିଲ ଶର୍ମା ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଯେଉଁ ସାମ୍ବାଦିକ ଦିନେ କପିଲଙ୍କ ବିରୋଧରେ ଧମକାଇବାର ଅଭିଯୋଗ ଆଣିଥିଲେ ସେହି ବ୍ୟକ୍ତି ଆଉ କିଛି ଖୁଲାସା କରିଛନ୍ତି ।
ସାମ୍ବାଦିକ ବିକି ଲାଲବାନୀ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ କପିଲ ତାଙ୍କ ରିପୋର୍ଟ ପଢ଼ିବା ପରେ ଫୋନ୍ କରିଥିଲେ । ବିକିଙ୍କୁ କପିଲ ଧମକ ଦେବା ସହିତ ଗାଳି ଗୁଲଜ କରିଥିଲେ । ୨୪ ଏପ୍ରିଲ ୨୦୧୮ରେ କପିଲ ଶର୍ମାଙ୍କ ତରଫରୁ ଏକ ଫୋନ୍ କଲ୍ ଆସିଥିଲା । କପିଲ କହିଥିଲେ, ବିକି ଯାହାବି ଖବରରେ ଲେଖିଛନ୍ତି ତାହା ତାଙ୍କ ବିରୁଦ୍ଧରେ ଏବଂ ଗାଳି ଦେଲେ । ବହୁତ ଖରାପ ଶୈଳୀରେ ସାମ୍ବାଦିକଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହି ବାର୍ତ୍ତାଳାପ ମାଧ୍ୟମରେ କପିଲ ନିଜକୁ ମୁର୍ଖ ଏବଂ କେମିତି ମଣିଷ ବୋଲି ନିଜକୁ ପ୍ରମାଣିତ କରିଦେଇଥିବା ବିକି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ କଳାକାରଙ୍କ ବିରୁଦ୍ଧରେ ଅନେକ ଖବର ପ୍ରକାଶ ପାଇଛି । କିନ୍ତୁ କେହି ଏଭଳି ପ୍ରତିକ୍ରିୟା ଦେଇନଥିବେ । କଳାକାରଭାବେ ଯଦି ସାକ୍ଷାତକାର ନ ଦେବାକୁ ଚାହୁଁଛ ତେବେ ନ ଦେଇ ପାର, ଯଦି କୌଣସି ଖବରକୁ ନେଇ ଆପତ୍ତି ରହିଛି ଲିଖିତ ଆକାରରେ କିମ୍ବା ଅଫିସକୁ ଜଣାଇ ପାରିବେ । କିନ୍ତୁ ଏଭଳି ଶୈଳୀରେ କଥା ହେବା ଉଚିତ ନୁହେଁ । ଯିଏ ଟିଭିରେ ଆସୁଛନ୍ତି ସିଏ ଅସଲି କପିଲ ଶର୍ମା ନୁହଁନ୍ତି ବୋଲି ବିକି କହିଛନ୍ତି ।
୨୦୧୮ରେ କପିଲଙ୍କ ଶର୍ମାଙ୍କ ବିରୁଦ୍ଧରେ ସାମ୍ବାଦିକ ବିକି ଏକ ଖବର ପ୍ରକାଶ କରିଥିଲେ । ଯାହା ପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ପରେ ଉଭୟ ପକ୍ଷରୁ ଥାନାରେ ମାମଲା ହୋଇଥିଲା ।