ଓଡିଆ ସିନେ ଜଗତ ପାଇଁ ପୁଣି ଦୁଃଖ ଖବର, ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ଭୁବନେଶ୍ୱର, ଜାନୁଆରୀ ୨୦(ଖବର ଓଡିଶା): Share story: ଓଡିଆ ସିନେ ଜଗତ ପାଇଁ ପୁଣି ଏକ ଦୁଃଖ ଖବର । ପରଲୋକରେ ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର । ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପେସାରେ ସେ ଓକିଲାତି କରିଥିଲେ ହେଁ ନିଶା ଥିଲା ତାଙ୍କର ଅଭିନୟ । ନିଜର ପେସାକୁ ଭୁଲି ଅଭିନେତା ଭାବରେ ସେ ବେଶ ପରିଚିତ ଥିଲେ । ମଞ୍ଚ ଅଭିନୟ ଠାରୁ ଆରମ୍ଭ କରି ଟିଭି ପରଦା ସବୁଠି ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି । ଶ୍ରୀ ଜଗନ୍ନାଥ ଧାରାବାହିକର ସାଧବପୁଅଙ୍କ ବାପା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସେ ଚର୍ଚ୍ଚିତ ଥିଲେ । ସେହିପରି ଗତ କିଛି ଦିନ ପୂର୍ବରୁ ଦିବଙ୍ଗତ ଅଭିନେତା ମିହିର ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲେ । ବର୍ତ୍ତମାନ ଯାଏଁ ମହିରି ଦାସଙ୍କ ପରଲୋକ ଦୁଃଖ ପ୍ରଶଂସକମାନେ ଭୁଲିନଥିବା ବେଳେ ପୁଣଇ ଆଉ ଜଣେ ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର ଆଖି ବୁଜିଛନ୍ତି । ଖବର ଓଡ଼ିଶା, Reporter, 20/01/2022