ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ଖାନଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଟେଲି ଅଭିନେତ୍ରୀ ନବୀନା ବୋଲେ ସାଜିଦଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ଏକ ସାକ୍ଷାତକାରଙ୍କ ସାଜିଦ ତାଙ୍କ ପ୍ରତି କରିଥିବା ଅଶାଳୀନ ବ୍ୟବହାର ସମ୍ପର୍କରେ ସେ ଖୁଲାସା କରିଛନ୍ତି । ସାଜିଦ ତାଙ୍କୁ ଥରେ କପଡ଼ା ଖୋଲିବାକୁ କହିଥିଲେ ବୋଲି ସାକ୍ଷାତକାର କହିଛନ୍ତି ଅଭିନେତ୍ରୀ ଜଣକ ।
ଅଭିନେତ୍ରୀ ନବୀନା ବୋଲେ କହିଛନ୍ତି, ଏହା ବହୁତ ଭୟଙ୍କର ଥିଲା, ଭୟଙ୍କର ପୁରୁଷ ମଧ୍ୟ ଯାହାକୁ ତାଙ୍କ ଜୀବନେ ସେ ଆଉ କେବେବି ଭେଟିବାକୁ ଚାହିଁବେନି । ଯାହାର ନାମ ଥିଲା ସାଜିଦ ଖାନ । ଯେଉଁଠି ମହିଳାମାନଙ୍କୁ ଅସମ୍ମାନ କରିବା ସମୟରେ ସେ ପ୍ରକୃତରେ ଏହାକୁ ଆଗକୁ ବଢାଇ ଦେଇଥିଲେ ।
ନବୀନା ବୋଲେ ଆହୁରି ନିଜର ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି ଯେତେ ବେଳେ ସାଜିଦ ତାଙ୍କୁ ଡାକିଥିଲେ ସେ ଉତ୍ସାହିତ ହୋଇଯାଇଥିଲେ । କିନ୍ତୁ ଯେତେବେଳେ ସେଠାରେ ପହଁଚିଥିଲେ ତାଙ୍କୁ ପୋଷାକ ଖୋଲିବାକୁ କୁହାଯାଇଥିଲା । କେବଳ ଅନ୍ତବସ୍ତ୍ରରେ କେତେ ଆରମ୍ଭ ଦାୟକ ଅନୁଭବ କରୁଛ ତାହା ମୁଁ (ସାଜିଦ ଖାନ) ଦେଖିବାକୁ ଚାହିଁଥିଲେ । ଏହି ଘଟଣା ୨୦୦୪ ଏବଂ ୨୦୦୬ ମସିହାର ବୋଲି ସେ କହିଛନ୍ତି ।
ଏହା ପରଠାରୁ ଦର୍ଶକମାନେ ସାଜିଦ ଖାନଙ୍କୁ କଡ଼ା ନିନ୍ଦା କରୁଛନ୍ତି । ତେବେ ସାଜିଦ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇନାହାଁନ୍ତି।