ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ଗୋଟିଏ ପଟେ ବହୁତ ଖୁସି ଆଣିଥିଲା, ଅନ୍ୟପଟେ ନିରାଶା ଏବଂ ଦୁଃଖ ମଧ୍ୟ ଦେଇଥିଲା । ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗସକୁ ପରାସ୍ତ କରି RCB ଟ୍ରଫି ଜିତିଥିଲା। ଯେଉଁଠାରେ ଦେଶ ସାରା ପ୍ରଶଂସକ ବିରାଟ କୋହଲିଙ୍କ ପାଇଁ ଖୁସି ଥିଲେ। ଅନ୍ୟପଟେ, ପ୍ରୀତି ଜିଣ୍ଟା ତାଙ୍କ ଦଳକୁ ସାହସ ଦେଉଥିବା ପରି ମନେ ହେଉଥିଲା। ଏବେ IPL ଶେଷ ହୋଇଛି କିନ୍ତୁ ପ୍ରଶଂସକମାନେ ଆଉ ପ୍ରୀତି ଜିଣ୍ଟାଙ୍କୁ ଦେଖିବାକୁ ପାଇବେ ନାହିଁ, ସେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ସକ୍ରିୟ ରହିବେ । ଫ୍ୟାନ୍ସ ମାନେ ଏବେ ଜାଣିବାକୁ ଚାହିୁଁଛନ୍ତି ପ୍ରୀତି ଜିଣ୍ଟା କେବଳ IPL ବେଳେ ଭାରତକୁ ଆସନ୍ତି ବାକି ସମୟରେ ସେ କେଉଁଠାରେ ରୁହନ୍ତି ।
ପ୍ରୀତି ଜିଣ୍ଟା ବହୁତ ଦିନ ଧରି ଅଭିନୟରୁ ଦୂରରେ ଅଛନ୍ତି। କିନ୍ତୁ ସେ ଏବେ ସନ୍ନି ଦେଓଲଙ୍କ 'ଲାହୋର 1947'ରେ ଅଭିନୟ କରିଛନ୍ତି। ଫିଲ୍ମଟି କେବେ ରିଲିଜ୍ ହେବ ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନାହିଁ। ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ 'ଭୈୟାଜୀ ସୁପରହିଟ୍'ରେ ଦେଖିବାକୁ ମିଳିଥିଲା, ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା।
ପ୍ରୀତି ଜିଣ୍ଟା ବହୁତ ଦିନ ଧରି ଅଭିନୟରୁ ବିରତି ନେଇଥିଲେ । କିନ୍ତୁ ସେ ଖୁବ୍ ଶୀଘ୍ର ଫେରିବେ। ଯାହା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀ ଜିନ୍ ଗୁଡେନୋଫ୍ ଙ୍କ ସହିତ ଲସ୍ ଆଞ୍ଜେଲସ୍ (କାଲିଫର୍ନିଆ) ରେ ରୁହନ୍ତି। ତାଙ୍କର ବିବାହ ୨୦୧୬ରେ ହୋଇଥିଲା। ସେ ବିବାହ ପରେ ହିଁ ସେଠାକୁ ସ୍ଥାନାନ୍ତର ହୋଇଥିଲେ। ଯଦିଓ ଅଭିନେତ୍ରୀ ଭାରତ ଆସୁଛନ୍ତି, କିନ୍ତୁ ତାଙ୍କୁ ଅଧିକାଂଶ IPL ସମୟରେ ଦେଖିବାକୁ ମିଳେ । ୨୦୨୧ ମସିହାରେ, ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ଏକ ପୁଅ ଏବଂ ଏକ ଝିଅର ମାଆ ହୋଇଥିଲେ। ଅଭିନେତ୍ରୀ ପ୍ରାୟତଃ ତାଙ୍କ ପୁଅ ଜୟ ଏବଂ ଝିଅ ଜିୟାଙ୍କ ସହିତ ଫଟୋ ସେୟାର କରନ୍ତି। କିନ୍ତୁ ତାଙ୍କ ମୁହଁ ଲୁଚାଇକି ରଖାଯାଏ, ଏବଂ ସେ ସର୍ବଦା ଅନୁରୋଧ କରନ୍ତି ଯେ ତାଙ୍କ ପିଲାମାନଙ୍କର ଜୋରଜବରଦସ୍ତି ଫଟୋ ନ ଉଠାଇବା ପାଇଁ । ସେ କୁହନ୍ତି ଯେ ହିନ୍ଦୁ ଧର୍ମ ଅନୁସାରେ ସେ ତାଙ୍କ ପିଲାମାନଙ୍କର ଲାଳନପାଳନ କରନ୍ତି। କିଛି ସମୟ ପୂର୍ବରୁ, ଅଭିନେତ୍ରୀ ତାଙ୍କ ପିଲାମାନଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ସେ ସେମାନଙ୍କୁ ବହୁତ ମିସ୍ କରୁଛନ୍ତି।
ତେବେ ପ୍ରୀତି ଜିଣ୍ଟା ଖୁବ୍ଶୀଘ୍ର ସନ୍ନି ଦେଓଲଙ୍କ ସହ ନଜର ଆସିବେ। ତାଙ୍କୁ ଲାହୋର ୧୯୪୭ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିବ। ନିକଟରେ ତାଙ୍କ ବିଷୟରେ ଆଉ ଏକ ରିପୋର୍ଟ ଆସିଛି। ଯେଉଁଥିରୁ ଜଣାପଡିଥିଲା ଯେ ସେ ହ୍ରିତିକ୍ ରୋଶନଙ୍କ 'କ୍ରିଶ୍ ୪'ରେ ମଧ୍ୟ କାମ କରିବେ । ପ୍ରିୟଙ୍କା ଚୋପ୍ରା ପୂର୍ବରୁ ଏହି ଫିଲ୍ମରେ ପ୍ରବେଶ କରିସାରିଛନ୍ତି।