ମୁମ୍ବାଇ, ଜାନୁଆରୀ ୨୭ (ଖବର ଓଡ଼ିଶା):
ୱେବସିରିଜ ତାଣ୍ଡବରେ ହିନ୍ଦୁ ଦେବତାଙ୍କ ବିରୋଧରେ ଆପତ୍ତିଜନକ ଦୃଶ୍ୟ ଦେଖାଇଥିବାରୁ ଅଭିନେତା, ନିର୍ମାତା ଏବଂ ଆମାଜନ ପ୍ରାଇମ ଇଣ୍ଡିଆ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ମିଳିପାରିନି । ଅଭିନେତା ମହମ୍ମଦ ଜିଶାନ ଆୟୁବ, ଆମାଜନ ପ୍ରାଇମ ଭିଡିଓ (ଭାରତ) ଏବଂ ତାଣ୍ଡବ ନିର୍ମାତାଙ୍କୁ ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ସୁପ୍ରିମକୋର୍ଟ ଗିରଫରୁ ରୋକା ଯାଇପାରିବନି ବୋଲି କହିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମିନ କିମ୍ବା ଏଫଆଇଆର ବାତିଲ ପାଇଁ ସେମାନେ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡିବ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ କୌଣସି ଅଭିବ୍ୟକ୍ତିର ସ୍ୱାଧୀନତା ଅସୀମ ନୁହେଁ।
ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ତାଣ୍ଡବ ୱେବ୍ ସିରିଜର ଅଭିନେତା ତଥା ନିର୍ମାତାଙ୍କ ନାମରେ ୬ଟି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରକୁ ଟାର୍ଗେଟ କରିଛନ୍ତି । ତେବେ ଜଷ୍ଟିସ ଆରଏସ ରେଡ୍ଡୀ ଏବଂ ଏମଆର ଶାହା ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଧର୍ମକୁ ଅପମାନିତ କରିବା ପାଇଁ ୱେବସିରିଜରେ ଅଭିନେତା ତଥା ନିର୍ମାତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ।
ଖଣ୍ଡପୀଠ କହିଛନ୍ତି, କୌଣସି ଅଭିବ୍ୟକ୍ତିର ସ୍ୱାଧୀନତା ସୀମିତ ନୁହେଁ। ନିର୍ଦ୍ଦିଷ୍ଟ ଚରିତ୍ରର ଭୂମିକା ତୁଲାଇ ପାରିବେ ନାହିଁ ଯିଏ ଏକ ସମ୍ପ୍ରଦାୟର ଭାବନାକୁ ଅପମାନିତ କରେ।
ସୂଚନାଯୋଗ୍ୟ, ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଜାନୁଆରୀ ୨୦ରେ ତିନି ସପ୍ତାହ ପାଇଁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲେ। ଯାହା ସହିତ ସେମାନେ ଆହ୍ଲାବାଦ ହାଇକୋର୍ଟରେ ଜାମିନ ଆବେଦନ କରିପାରିବେ। ସମସ୍ତ ମାମଲାରେ ସୁରକ୍ଷା ମାଗି ଅଭିଯୁକ୍ତ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।