ଆଜି ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେଙ୍କ ଜନ୍ମଦିନ। ଆଜି ଶ୍ରେୟସ୍ ୫୦ ବର୍ଷ ବୟସରେ ପାଦ ଥାପିଥିବା ବେଳେ ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏଥର ଶ୍ରେୟସ୍ ତାଙ୍କ ଜନ୍ମଦିନ ପରିବାର ଏବଂ ସାଙ୍ଗମାନଙ୍କ ସହ ସେଲିବ୍ରେଟ କରିଛନ୍ତି। ପ୍ରାୟତଃ ଶ୍ରେୟସ୍ ତାଙ୍କ ଜନ୍ମଦିନରେ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି କିନ୍ତୁ ଏଥର ସେ ନିଜ ଜନ୍ମଦିନକୁ ପରିବାର ଏବଂ ସାଙ୍ଗମାନଙ୍କ ସହିତ ପାଳନ କରିଛନ୍ତି। ଏପରିକି ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ ଶ୍ରେୟସ୍ ଧନ୍ୟବାଦ ଦେଇଛନ୍ତି।
ଶ୍ରେୟସ ତାଲପଡ଼େଙ୍କ ଜନ୍ମ ୨୭ ଜାନୁଆରୀ ୧୯୭୬ରେ ମହାରାଷ୍ଟ୍ରର ବମ୍ବେରେ ହୋଇଥିଲା। ତାଙ୍କ ପିତାଓ ମତ ଉଭୟ ଦୁଇଜଣ କଳାକାର ଥିଲେ। ଏଥିପାଇଁ ପିଲାଦିନରୁ ତାଙ୍କର ମଧ୍ୟ ଅଭିନୟ ପାର୍ଟି ଦୁର୍ବଳତା ରହିଥିଲା।ପାଠ ପଢା ସହିତ ସେ ଅଭିନୟ ଶିକ୍ଷା ମଧ୍ୟ ଗ୍ରହଣ କରୁଥିଲେ। ତାଙ୍କର ସ୍ବପ୍ନ ଥିଲା ଯେ ସେ ତାଙ୍କ ବାପାଙ୍କ ପରି ଜଣେ ଲୋକପ୍ରିୟ ଅଭିନେତା ହେବେ। ଏପରିକି ସେ ତାଙ୍କର ଏହି ସ୍ବପ୍ନ ମଧ୍ୟ ପୂରଣ କରିଥିଲେ। ତାଙ୍କ ଅଭିନୟର ଯାଦୁରେ ସେ ଆଦର୍ଶକଙ୍କ ବାନ୍ଧି ରଖିବା ସହିତ ଆଜି ଘରେ ଘରେ ଶ୍ରେୟସ ପରିଚିତ।
କ୍ୟାରିଅର୍ :
ଶ୍ରେୟସ୍ ତାଙ୍କର ଅଭିନୟ ଜୀବନ ଜୀ ଟିଭିର ଏକ ଷ୍ଟେଜ୍ ଶୋ’ରୁ ଆରମ୍ଭ କରିଥିଲେ। ଏହାପରେ ସେ "ଅଧିକାରୀ ବ୍ରଦର୍ସ" ପ୍ରଯୋଜନାର ମିନି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି। ଏକ ବହୁତ ଲୋକପ୍ରିୟ ମରାଠୀ ଧାରାବାହିକ " ଆବଲ ମାୟା " ରେ ତେଜସ୍ ଚରିତ୍ରରେ ତାଙ୍କର ଭୂମିକା ମରାଠୀ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା। ସେ ଅନେକ ସମାଲୋଚନାମୂଳକ ଏବଂ ବାଣିଜ୍ୟିକ ଭାବରେ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହାପରେ ସେ ଫାରା ଖାନଙ୍କ "ଓମ୍ ଶାନ୍ତି ଓମ୍" ରେ ଶାହରୁଖ ଖାନଙ୍କ ବନ୍ଧୁ ପପ୍ପୁ ମାଷ୍ଟର ଭୂମିକା ପାଇଁ ଅଧିକ ଜଣାଶୁଣା ହୋଇଥିଲେ। ପ୍ରାୟତଃ ତାଙ୍କର କମେଡି ଦର୍ଶକ ଖୁବ ପସନ୍ଦ କରନ୍ତି। ଏଥିପାଇଁ ସେ ଗୋଲମାଲ ରିଟର୍ଣ୍ଣସ୍, ୱେଲକମ୍ ଟୁ ସଜ୍ଜନପୁର,ଗୋଲମାଲ \, " ହାଉସଫୁଲ ୨ ଏବଂ ଗୋଲମାଲ ଏଗେନ୍ ରେ ଅଭିନୟ କରିଥିଲେ।
ଏହାସହିତ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ। ତାଙ୍କ ନିରସିତ ଅନେକ ସିନେମାକୁ ଦର୍ଶକ ଖୁବ ଭଲ ପାଇବା ଦେଇଛନ୍ତି। ଏହାସହିତ "ପୁଷ୍ପା: ଦି ରାଇଜ୍" ଏବଂ ଏହାର ସିକ୍ୱେଲ୍ "ପୁଷ୍ପା ୨: ଦି ରୁଲ୍" ର ହିନ୍ଦୀ ସଂସ୍କରଣରେ ଆଲୁ ଅର୍ଜୁନଙ୍କ ପାଇଁ ମଧ୍ୟ ତାଲପଡ଼େ ଭଏସ ଡବିଂ କରିଥିଲେ। ଶ୍ରେୟସ୍ ଏମିତି ଜଣେ କଳାକାର ଯିଏ ଅଭିନୟ, ନିର୍ଦେଶନା, ପ୍ରଯୋଜନା ତଥା ଭଏସ ଡବିଂ ସବୁଥିରେ ଅନେକ ପୁରସ୍କାର ପାଇଛନ୍ତି।
ଅଧିକ ପଢନ୍ତୁ ; ଧୁରନ୍ଧର ଆକ୍ଟର ନଦୀମ ଖାନ ଦୁଷ୍କର୍ମ କେସରେ ଗିରଫ