‘ଟାଇଗର ଭୀ ଜିନ୍ଦା ହେ, ସାପ୍ ଭୀ ଜିନ୍ଦା ହେ’- ସଲମାନ ଖାନ୍‌
Khabar Odisha:Tiger-bhi-zinda-hai-saanp-bhi-zinda-hai-Salman-Khan-opens-up-on-being-bitten-by-snake
ମୁମ୍ବାଇ, ଡିସେମ୍ବର ୨୭(ଖବର ଓଡ଼ିଶା):

ଗତକାଲି ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ସାପ କାମୁଡିଥିବା ଖବର ଆସିଥିଲା । ସାପ କାମୁଡିବା ପରେ ସଲମାନଙ୍କ ସ୍ୱସ୍ଥ୍ୟବସ୍ଥା କିପରି ଅଛି ଜାଣିବାକୁ ତାଙ୍କ ପ୍ରଶଂସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଥିଲା । ତେବେ ଏହି ବିଷୟରେ ଜି ଗଣମାଧ୍ୟମରେ ସଲମାନ ନିଜର ମନ୍ତବ୍ୟ ଦେଇ ସେ ସୁସ୍ଥ ଥିବା ତାଙ୍କର ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତକାଲି ମୋର ଫାର୍ମହାଉସରେ ଏକ ସାପ ପସିଆସିଥିଲା । ଏହାକୁ ଦେଖି ପିଲାମାନେ ଭୟଭୀତ ହେଲେ । ତେଣୁ ମୁଁ ଏକ ବାଡ଼ି ବ୍ୟବହାର କରି ବାହାରକୁ ଘଉଡେଇବାକୁ ଚେଷ୍ଟା କରୁଥିଲି । ସେହି ସମମୟରେ ସାପଟି ମୋର ହାତ ନିକଟକୁ ଆସିଯାଇଥିଲା । ତେବେ ଉତ୍ତେଜିତ ସାପଟି ମୋତେ ତିନିଥର କାମୁଡ଼ି ଦେଇଥିଲା ବୋଲି ସଲମାନ କହିଛନ୍ତି। 

ଶନିବାର ରାତିରେ ଏହି ଘଟଣା ପରେ ଅଭିନେତାଙ୍କୁ ତୁରନ୍ତ କାମୋଥେସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ୬ ଘଣ୍ଟାର ଚିକିତ୍ସା ପରେ ରବିବାର ଦିନ ଡିସଚାର୍ଜ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଡାକ୍ତରଖାନାକୁ ସାପଟିକୁ ବି ନିଆଯାଇଥିଲା । ସେଠାରେ ଆମେ ଜାଣିଲୁ ଯେ ଏହା ବିଷାକ୍ତ ନୁହେଁ ।  

ସମସ୍ତ ପ୍ରକାର ଆଣ୍ଟି-ବିଷରେ ଇଞ୍ଜେକ୍ସନ ଦିଆଯାଇଥିଲା । ମୁଁ ବର୍ତ୍ତମାନ ଭଲ ଅଛି, ସେ କହିଛନ୍ତି । ସଲମାନ ଆହୁରି କହିଛନ୍ତି ଯେ ସେମାନେ ସାପଟିକୁ ହତ୍ୟା କରିନାହାଁନ୍ତି । "ଯେତେବେଳେ ମୁଁ ଫେରି ଆସିଲି, ଆମେ ସାପକୁ ଛାଡିଦେଲୁ, ମୋ ଭଉଣୀ ପ୍ରକୃତରେ ଭୟଭୀତ ହୋଇଗଲେ, ତେଣୁ ମୁଁ ସାପ ସହିତ ଏକ ଫଟୋ ମଧ୍ୟ ଉଠାଇଥିଲି। ଏହା ପରେ ସାପ ସହିତ ମୋର ବନ୍ଧୁତା ହୋଇଥିଲା । 

ସାପ କାମୁଡା ବିଷୟରେ ସଲମାନ ଏହା ମଧ୍ୟ କହିଛନ୍ତି ଯେ "ମୋ ବାପା ମୋତେ କଣ ହୋଇଛି ବୋଲି ପଚାରିଲେ? ସାପ ବଞ୍ଚିଛି ତ? ତେଣୁ ମୁଁ କହିଲି ହଁ, ଟାଇଗର ଭୀ ଜିନ୍ଦା ହେ, ସାପ୍ ଭୀ ଜିନ୍ଦା ହେ। ଅଭିନେତା ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଆଜି ସମଲାନ ୫୬ ବର୍ଷ ବୟସରେ ପ୍ରବେଶ କରିଥିବା ବେଳେ ଅଭିନେତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

  • Tags:

Subscribe

National International State Sports Entertainment