ବିଗ ବସ୍ ଫେମ୍ ହିନା ଖାନ । ସେ ବର୍ତ୍ତମାନ ସ୍ତନ କର୍କଟ ସହିତ ଲଢୁଛନ୍ତି । ଆଉ ନିଜ ସୋସିଆଲ ମିଡିଆରେ ଏ ସଂଙ୍କାରାନ୍ତରେ ବିଭିନ୍ନ ଫୋଟୋ ଏବଂ ଭିଡିଓ ସେୟାର କରିଥିଲେ । ନିକଟରେ ବିଗବସ-11 ୱିନର ଶିଳ୍ପା ସିଂଦେ ହିନାଙ୍କ ସ୍ବାସ୍ଥ୍ୟ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏବେ ତାଙ୍କ ପ୍ରେମିକ ରକି ଜୈସୱାଲଙ୍କ ଯୋଗୁଁ ଅଭିନେତ୍ରୀ ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି |ବର୍ତ୍ତମାନ ହିନା ଖାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ପାଇଁ ବହୁତ ପ୍ରାର୍ଥନା କରୁଛନ୍ତି । ଏହା ସହିତ ସେ ମଧ୍ଯ ଚିନ୍ତିତ ଅଛନ୍ତି ଯେ ଅଭିନେତ୍ରୀଙ୍କ ପ୍ରେମିକ ରକି ତାଙ୍କୁ ବିବାହ କରିବେକି ନାହିଁ। ଏଭଳି ପରିସ୍ଥିତିରେ ରକି ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ନିକଟରେ ରକି ହିନାଙ୍କ ଅସୁସ୍ଥତା ଏବଂ ତାଙ୍କୁ ବିବାହ କରିବା ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ରକି ଜୈସୱାଲ କହିଛନ୍ତି ଯେ ସେ ବର୍ତ୍ତମାନ ବିବାହ କରିବାକୁ ତତ୍ପର ନୁହଁନ୍ତି ଏବଂ ସେ ପୂର୍ବରୁ ମଧ୍ୟ ହିନାଙ୍କ ସହ ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ସହ ରହିବେ । ରକି ଆହୁରି କହିଛନ୍ତି ଯେ ତାଙ୍କର ଏବଂ ହିନାଙ୍କ ସମ୍ପର୍କ ବହୁତ ଶକ୍ତିଶାଳୀ । ତେଣୁ ସେ ହିନା ସୁସ୍ଥ ହେବା ପାଇଁ ଅପେକ୍ଷା କରିବେ ଏବଂ ଏହି କଷ୍ଟ ସମୟରେ ତାଙ୍କୁ ପ୍ରତି ମୁହୂର୍ଭରେ ସମର୍ଥନ କରିବେ । ବର୍ତ୍ତମାନ ରକିଙ୍କ ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।