୬୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ, ଶିଳ୍ପା ସେଟ୍ଟି ତାଙ୍କ ରେଷ୍ଟୁରାଣ୍ଟ ବାଷ୍ଟିଅନକୁ ତାଲା ପକାଇଲେ Khabar odisha :03/09/2025 Share story: ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ସ୍ୱାମୀ ରାଜ କୁନ୍ଦ୍ରା ବର୍ତ୍ତମାନ ଏକ ବିବାଦରେ ଫସିଛନ୍ତି । ବଲିଉଡ୍ ଅଭିନେତ୍ରୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାର ସପ୍ତାହ ପରେ, ଶିଳ୍ପା ଏବେ ତାଙ୍କର ମୁମ୍ବାଇର ବାନ୍ଦ୍ରାରେ ଥିବା ତାଙ୍କ ରେଷ୍ଟୁରାଣ୍ଟ ବାଷ୍ଟିଆନ୍ ବନ୍ଦ କରୁଛନ୍ତି। ଯଦିଓ ସେ ରେଷ୍ଟୁରାଣ୍ଟ ବନ୍ଦ କରିବାର କାରଣ ଉଲ୍ଲେଖ କରି ନାହାଁନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରର ଷ୍ଟୋରି ଜରିଆରେ ଏକ ଭାବ ପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ରେଷ୍ଟୁରାଣ୍ଟ ବନ୍ଦକୁ ନେଇ ଭାବପ୍ରବଣ ହୋଇଗଲେ ଶିଳ୍ପା ଶେଟ୍ଟୀ ମଙ୍ଗଳବାର ଦିନ, ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଲମ୍ବା ନୋଟ୍ ସେୟାର କରି ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କ ସହିତ ଏହି ଖବର ସେୟାର କରିଛନ୍ତି। ସେ ଲେଖିଛନ୍ତି, "ଏହି ଗୁରୁବାର ଏହାର ଅନ୍ତ ହେବ, ମୁମ୍ବାଇର ସବୁଠାରୁ ପ୍ରତୀକାତ୍ମକ ଗନ୍ତବ୍ୟସ୍ଥଳ, ବାଷ୍ଟିଆନ୍ ବାନ୍ଦ୍ରାକୁ ବିଦାୟ ଦେଉଛି। ଏହି ସ୍ଥାନ ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା, ହେଲେ ଏବେ ସେ ବିଦାୟ ନେଉଛି"। ଆମେ ଆପଣଙ୍କୁ କହି ରଖୁଛୁ ଯେ ବାଷ୍ଟିଅନ୍ ବାନ୍ଦ୍ରା ହେଉଛି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ରେଷ୍ଟୁରାଣ୍ଟ ମାଲିକ ରଞ୍ଜିତ ବିନ୍ଦ୍ରାଙ୍କ ଏକ ସହଭାଗୀତା ପ୍ରକଳ୍ପ। ଏହି ରେଷ୍ଟୁରାଣ୍ଟ ୨୦୧୬ରେ ଆରମ୍ଭ ହୋଇଥିଲା ଏବଂ ଏହା see food ଖାଦ୍ୟ ପାଇଁ ପ୍ରସିଦ୍ଧ। ଅଧିକ ପଢନ୍ତୁ: ବାଗି-୪ ଟିଜର୍ ରିଲିଜ୍: ଦର୍ଶକ କହିଲେ ‘ଆନିମଲ୍’ର କପି ଠକେଇ ଅଭିଯୋଗରେ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ସୂଚନାଯୋଗ୍ୟ ଯେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ଆର୍ଥିକ ଅପରାଧ ଶାଖା (EOW) ଦ୍ୱାରା ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ଋଣ ଏବଂ ନିବେଶ ଚୁକ୍ତି ବାହାନାରେ ୬୦.୪ କୋଟି ଟଙ୍କାର ଠକେଇ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଆଉ ଜଣେ ଅଜ୍ଞାତ ଅଭିଯୁକ୍ତ ଅଛନ୍ତି। ଅଭିଯୋଗକାରୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ ଦମ୍ପତି ତାଙ୍କୁ ୬୦ କୋଟିରୁ ଅଧିକ ଟଙ୍କା ଠକିଛନ୍ତି, ଯେଉଁଥିରେ ଶେଟ୍ଟି ଏବଂ କୁନ୍ଦ୍ରାଙ୍କ ବର୍ତ୍ତମାନ ବନ୍ଦ ହୋଇଯାଇଥିବା କମ୍ପାନୀ, ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ସାମିଲ ଅଛି। କୋଠାରୀଙ୍କ ଅନୁଯାୟୀ, ସେ ୨୦୧୫ରୁ ୨୦୨୩ ମଧ୍ୟରେ ବ୍ୟବସାୟ ବୃଦ୍ଧି କରିବା ବାହାନାରେ ଏହି ରାଶି ନିବେଶ କରିଥିଲେ କିନ୍ତୁ ଏହି ରାଶିକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଅପବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। EOW ବର୍ତ୍ତମାନ ମାମଲାର ତଦନ୍ତ କରୁଛି। ଶିଳ୍ପା ଶେଟ୍ଟି ଏବଂ ରାଜ କୁନ୍ଦ୍ରା ଅଭିଯୋଗଗୁଡ଼ିକୁ ଭିତ୍ତିହୀନ ବୋଲି କହିଛନ୍ତି। View this post on Instagram A post shared by Shilpa Shetty Kundra (@theshilpashetty) Sangeeta Priyadarshini Sahoo, Author, 03-09-2025 11:40AM ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ; ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ Subhashree Sukla | 03-09-2025 7:52PM applications-invited-for-state-film-awards-applications-along-with-certificates-should-be-submitted-by-post-by-october-4 Read More > ଓଟିଟି ରିଲିଜ୍ ହେବ କୁଲି: ରଜନୀକାନ୍ତଙ୍କ 'କୁଲି' କେବେ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ Sangeeta Priyadarshini Sahoo | 03-09-2025 12:28PM ରଜନୀକାନ୍ତଙ୍କ ତାମିଲ ଆକ୍ସନ୍ ଡ୍ରାମା ଫିଲ୍ମ ଆସିବା ମାତ୍ରେ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରିଥିଲା। ୧୪ ଅଗଷ୍ଟରେ ରିଲିଜ୍ ହୋଇଥିବା କୁଲି ଏବେ ବି ଥିଏଟରରେ ରାଜ କରୁଛି Read More > ପ୍ରଥମ ଥର ପାଇଁ ଚୀନର ୧୦ ହଜାର ସ୍କ୍ରିନରେ ରିଲିଜ୍ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଲଭ୍ ଇନ୍ ଭିଏତନାମ Archana Anamika Ray | 03-09-2025 10:35AM ହିନ୍ଦୀ ଫିଲ୍ମ ପାଇଁ ବିଶ୍ୱର ଅନେକ ଦେଶ ପରି ଚୀନରେ ମଧ୍ୟ ବଢ଼ିଲା କ୍ରେଜ୍। ଅବନୀତ କୌର ଏବଂ ଶାନ୍ତନୁ ମିଶ୍ରଙ୍କ ଅଭିନୀତ ଫିଲ୍ମ ‘ଲଭ୍ ଇନ୍ ଭିଏତନାମ’ ଚୀନରେ ଧମାକା ସୃଷ୍ଟି କରିଛି। ଏହା ଚୀନରେ ୧୦,୦୦୦ ସ୍କ୍ରିନରେ ମୁକ୍ତିଲାଭ କରିବାକୁ ଯାଉଛି। ‘ଲଭ୍ ଇନ୍ ଭିଏତନାମ ଟ୍ରେଲରଟି ସମସ୍ତଙ୍କ ମନ କିଣିନେଇଛି। ତେବେ ଏହି ଫିଲ୍ମଟି ୧୨ ସେପ୍ଟେମ୍ବର ୨୦୨୫ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏବେ ଠାରୁ ସମସ୍ତଙ୍କ ମଧ୍ୟରେ ଫିଲ୍ମଟିକୁ ଦେଖିବାକୁ ନେଇ ଆଗ୍ରହ ଦେଖିବାକୁ ମିଳିଛି। Read More > ପ୍ରିୟଙ୍କା-ଆଲିଆ-କ୍ୟାଟ୍ରିନାଙ୍କ ଫିଲ୍ମ 'ଜି ଲେ ଜାରା' ନିର୍ମାଣ ପୂର୍ବରୁ ବନ୍ଦ ହୋଇଗଲା କି? ଫରହାନ ଅଖତର କହିଦେଲେ ସତ Sangeeta Priyadarshini Sahoo | 01-09-2025 2:17PM ଫରହାନ ଅଖତର ୨୦୨୧ ମସିହାରେ 'ଜୀ ଲେ ଜାରା' ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମରେ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଏବଂ କ୍ୟାଟ୍ରିନା କୈଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବାର କଥା ଥିଲା Read More > ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ପରଲୋକ, ଫିଲ୍ମ ଜଗତରେ ଶୋକର ଛାୟା Bhakta Samantaray | 02-09-2025 2:05AM ମୁମ୍ବାଇ: ରାମାନନ୍ଦ ସାଗରଙ୍କ ତାଙ୍କ ପୁଅ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରେମ ସାଗର ଆଉ ଦୁନିଆରେ ନାହାନ୍ତି। ରବିବାର ସକାଳ ପ୍ରାୟ ୧୦ଟାରେ ୮୪ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ପ୍ରେମ ସାଗର। ଗତ କିଛି ବର୍ଷ ଧରି ସେ Read More > ଓଟିଟିରେ ରିଲଜ ହେବ ବିଜୟ ଦେବରକୋଣ୍ତାଙ୍କ ଫିଲ୍ମ କିଙ୍ଗଡମ୍ Sangeeta Priyadarshini Sahoo | 26-08-2025 11:29AM ୨୦୨୫ ମସିହାରେ ଅନେକ ଫିଲ୍ମ ମୁକ୍ତିଲାଭ କରିଛି । କିନ୍ତୁ ବକ୍ସ ଅଫିସ ବହୁତ କମ୍ ମୁଭି ସେତେଟା ସଫଳ ହୋଇପାରି ନଥିଲେ । କିଛି ଫିଲ୍ମ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା Read More > ଖୁସି ଖବର ଦେଲେ ପରିଣୀତି, ଖୁବଶୀଘ୍ର ରାଘବ ଚଢାଙ୍କ ଘରକୁ ଆସିବେ କୁନି ଅତିଥି;ସୋସିଆଲ ମିଡ଼ିଆରେ ଜଣାଇଲେ ଗୁଡନ୍ୟୁଜ୍ Subhashree Sukla | 25-08-2025 5:55PM parineeti-chopra-raghav-chadha-announce-pregnancy-with-an-adorable-post-our-little-universe-pics-inside Read More > ଗୋବିନ୍ଦାଙ୍କ ବିରୁଦ୍ଧରେ ପତ୍ନୀ ସୁନୀତା ସଙ୍ଗୀନ ଅଭିଯୋଗ, ଛାଡ଼ପତ୍ର ପାଇଁ ମଧ୍ୟ କରିଛନ୍ତି ଆବେଦନ Swagatika Sahoo | 23-08-2025 6:28PM ମୁମ୍ବାଇ: ବଲଉଡର ବିନ୍ଦାସ୍ ଯୋଡ଼ି ଗୋବିନ୍ଦା ଏବଂ ସୁନୀତାଙ୍କ ଛାଡ଼ପତ୍ର ଚର୍ଚ୍ଚା ପୁଣି ଥରେ ଜୋର ଧରିଛି । ଗୋବିନ୍ଦାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ସୁନୀତା । ଅନୈତିକ ପ୍ରେମ ସମ୍ପର୍କ, ନିର୍ଯ୍ୟାତନା ଏବଂ ଏକୁଟିଆ କରିଦେବା ଭଳି ଅଭିଯୋଗ କରିଛନ୍ତି ସୁନୀତା । ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଛାଡ଼ପତ୍ର ପାଇଁ ସୁନୀତା ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ଗୋବିନ୍ଦାଙ୍କ ମ୍ୟାନେଜର ସ୍ୱୀକାର କରିଛନ୍ତି । Read More > ମହାବତାର ନରସିମା ୩୦୦ କୋଟି ଟଙ୍କା ରୋଜଗାର କରିବା ଠାରୁ ଆଉ କେତେ ଦୂରରେ? Sangeeta Priyadarshini Sahoo | 21-08-2025 7:38PM ଦକ୍ଷିଣ ଚଳଚ୍ଚିତ୍ର ମହାବତାର ନରସିମା ଏକ ଭିନ୍ନ ପ୍ରକାରର ଯାଦୁ ଦେଖାଉଛି। ଏବେ ମଧ୍ୟ, ଏହି ଚଳଚ୍ଚିତ୍ରଟି ପ୍ରତିଦିନ ଏକ କୋଟିରୁ ଅଧିକ ରୋଜଗାର କରୁଛି। Read More > ରଣବୀରଙ୍କ ରାମାୟଣରେ ଶୁଭିବ ଅମିତାଭ ବଚ୍ଚନଙ୍କ କଣ୍ଠସ୍ୱର; ଜଟାୟୁ ଚରିତ୍ର ପାଇଁ ସ୍ୱର ଦେବେ ବିଗ୍ ବି Subhashree Sukla | 20-08-2025 2:20PM ramayana-jatayu-amitabh-bachchan-to-be-narrator-of-ranbir-kapoor Read More > ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ରାଜସ୍ଥାନର ମନିକା ବିଶ୍ବକର୍ମା; ସବୁଠୁ ବଡ ମୁକୁଟ ପାଇଁ କରିବେ ପ୍ରତିଯୋଗିତା Subhashree Sukla | 19-08-2025 7:01PM manika-vishwakarma-become-miss-universe-india-2025-know-manika-vishwakarma-education-qualification Read More > ଆଉ ନାହାଁନ୍ତି ‘ଥ୍ରୀ-ଇଡିଅଟ୍’ ପ୍ରଫେସର ଅଚ୍ୟୁତ ପୋଟଦାର, ଅଧ୍ୟାପକରୁ ଆରମ୍ଭ ଅଭିନୟରେ ଶେଷ Swagatika Sahoo | 19-08-2025 11:38AM ମୁମ୍ବାଇ, ଆଉ ନାହାଁନ୍ତି ଲୋକପ୍ରିୟ ଦିଗ୍ଗଜ ଅଭିନେତା ଅଚ୍ୟୁତ ପୋଟଦାର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସୋମବାର ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସେ ଜଣେ ଲୋକପ୍ରିୟ ମରାଠୀ ଅଭିନେତା ସହିତ ବଲିଉଡର ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ‘ଥ୍ରୀ-ଇଡିଅଟ୍’ ଫିଲ୍ମରେ ତାଙ୍କର ପ୍ରଫେସର ଚରିତ୍ର ଦର୍ଶକଙ୍କ ମନ କିଣି ଥିଲା । ଥାନେରେ ତାଙ୍କର ମଙ୍ଗଳବାର ଅନ୍ତିମ ସଂସ୍କାର କରାଯିବ । ତେବେ ତାଙ୍କ ଦେହାନ୍ତକୁ ନେଇ ପରିବାର ବର୍ଗ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଅନେକ ଜାତୀୟ ଗଣମାଧ୍ୟମ ତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ କରିଛନ୍ତି । Read More > Tweets by Khabar Odisha Recent ପାନ ମସଲା, ସିଗାରେଟ୍ ଓ ଗୁଟଖା ହୋଇଯିବ ମହଙ୍ଗା, ଜାଣନ୍ତୁ କାହା ଉପରେ ଲାଗିବ ୪୦ ପ୍ରତିଶତ ଜିଏସଟି ଏସିଆ କପରେ ଟିମ ଇଣ୍ଡିଆର ବିଜୟ ଧାରାରେ ଲାଗିଲା ବ୍ରେକ, କୋରିଆ ସହ ମ୍ୟାଚ୍ ଡ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ; ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ ରାଜ୍ୟରେ ଆତ୍ମହତ୍ୟା ରୋକିବାକୁ ସରକାରଙ୍କ ଉଦ୍ୟମ; ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ’ ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |