ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ବ୍ଲକ ବଷ୍ଟର ଫିଲ୍ମ ଟାଇଗର -3 ପାଇଁ ଲାଇମଲାଇଟ ଅଛନ୍ତି। ଏହାସହ ସଲମାନ ଫିଲ୍ମ ଇଣ୍ଡଷ୍ଟ୍ରିର ମୋଷ୍ଟ Bachelor ସୁପରଷ୍ଟାର ମଧ୍ୟ । ଅବଶ୍ୟ, ବି-ଟାଉନର ଅନେକ ସୁନ୍ଦର ସୁନ୍ଦରୀ ସହିତ ସମ୍ପର୍କ ଥିବା ସତ୍ୱେ ସଲମାନ ଏବେବି Bachelor ଅଛନ୍ତି । ତେବେ ସଲମାନ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଲାଇମଲାଇଟରେ ରହିଥାନ୍ତି । ଏମିତି ତା ତାଙ୍କ Bachelor ରହିବାର ଅନେକ କାରଣ ସାମ୍ନାକୁ ଆସିଥିଲା । ହେଲେ ନିକଟରେ ସଲମାନଙ୍କ ପିତା ସଲିମ ଖାନ ତାଙ୍କ ବିବାହ ନକରିବାର ରହସ୍ୟ ରେ ପରଦା ଉଠାଇଛନ୍ତି ।
ସାଧାରଣତଃ ବିବାହ ବିଷୟରେ ଉଲ୍ଲେଖ ହେବା ମାତ୍ରେ ସଲମାନ ସବୁବେଳେ ସେହି କଥାଟି କୁ ପରିବର୍ତ୍ତନ କରନ୍ତି । କିନ୍ତୁ ସଲମାନଙ୍କ ପିତା ସଲିମ ଖାନ ଏହିପରି ନୁହଁନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ଯେତେବେଳେ ସଲିମ ଖାନଙ୍କୁ ପଚରାଯାଇଥିଲା ଯେ ସଲମାନ କାହିଁକି ବିବାହ କରୁନାହାଁନ୍ତି? ତେଣୁ ଏହାର ଉତ୍ତରରେ ସଲିମ କହିଛନ୍ତି ଯେ ସଲମାନ ନିଜେ ବିବାହ ନକରିବା ପାଇଁ ଦାୟୀ।
ସଲିମ ସାହାବ କହିଥିଲେ ଯେ ସଲମାନ ଖାନ ଯାହାକୁ ଭଲ ପାଆନ୍ତି, ସେ ତାଙ୍କ ଭିତରେ ମାଆକୁ ଖୋଜିବା ଆରମ୍ଭ କରନ୍ତି। ସେଥି ପାଇଁ ଖୁବ ଜଲଦି ସଲମାନ ଏବଂ ତାଙ୍କ ଗର୍ଲ ଫ୍ରେଣ୍ଡଙ୍କର ସମ୍ପର୍କଟି ଭାଙ୍ଗି ଯାଏ । ସେଥିପାଇଁ ଆଜି ପର୍ଯ୍ୟନ୍ତ ସେ Bachelor ହୋଇ ରହିଛନ୍ତି ।