ରାମ ଚରଣ ଦେବେ ସର୍ପ୍ରାଇଜ୍ । ସାଉଥ ସୁପରଷ୍ଟାର ରାମ ଚରଣ ଜଣେ ଶ୍ରେଷ୍ଠ ତଥା ସଫଳ ଅଭିନେତା ମନଙ୍କ ମଧ୍ୟରୁ ଅନ୍ୟତମ । ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ସିନେମା କରି ଦର୍ଶକଙ୍କ ମନରେ ଗୋଟୋ ସ୍ବତନ୍ତ୍ର ସ୍ଥାନ ପାଇଛନ୍ତି । ଆଗାମୀ ଦିନରେ ରାମ ଚରଣଙ୍କୁ ଅନେକ ସୁପରହିଟ୍ ଚଳଚିତ୍ରରେ ଦେଖିବାକୁ ମିଳିବ । ଯେଉଁଥିପାଇଁ ଫିଲ୍ମର ନିର୍ମାତା ତାଙ୍କ ଜନ୍ମଦିନରେ ଅଭିନେତାଙ୍କ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ସର୍ପ୍ରାଇଜ୍ ଦେବାକୁ ଚାହୁଁଛନ୍ତି ।
ସୂଚନାଅନୁସାରେ,ରାମ ଚରଣ ୨୭ ମାର୍ଚ୍ଚରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଏହି ଦିନ ରାମ ଚରଣଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ନିର୍ମାତା ଗୋଟିଏ ନୁହେଁ ବରଂ ତିନୋଟି ବଡ ସର୍ପ୍ରାଇଜ୍ ଦେବାକୁ ଯାଉଛନ୍ତି। ଏହି ଦିନ ରାମ ଚରଣଙ୍କ ପରବର୍ତ୍ତୀ ମେଗା ପ୍ରୋଜେକ୍ଟ 'RC୧୭' ଘୋଷଣା କରାଯାଇପାରିବ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରକୁ ପୁଷ୍ପା ଫେମ୍ ନିର୍ଦ୍ଦେଶକ ସୁକୁମାର ନିର୍ଦ୍ଦେଶନା ଦେବେ। ଏହା ସହିତ ରାମ ଚରଣଙ୍କ ଲାଇନ୍ରେ ଆଉ ଏକ ଚଳଚ୍ଚିତ୍ର ଯୋଡି ହୋଇଯାଇଛି। ଏଥି ସହିତ ନିର୍ଦ୍ଦେଶକ ବୁଚି ବାବୁ ସନାଙ୍କ ନିର୍ଦ୍ଦେଶିତ 'RC16' ଟାଇଟଲ୍ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ। ରାମ ଚରଣଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗେମ୍ ଚେଞ୍ଜର'ର ପ୍ରଥମ ଗୀତ 'ଜାର୍ଗଣ୍ଡି 'ମୁକ୍ତିଲାଭ କରିବ, ଏହି ଗୀତଟି ଫିଲ୍ମରେ ତାଙ୍କର ବିଶେଷ ଏଣ୍ଟ୍ରୀ ଗୀତ ଭାବରେ ଦେଖାଯାଉଛି।
ଅଧିକା ପଢନ୍ତୁ:ମୁଖା ତିଆରି କରି ପାଇଛନ୍ତି ସ୍ୱତନ୍ତ୍ର ପରିଚୟ