ପର୍ଣ୍ଣ ଭିଡିଓ ମାମଲାରେ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି,ଚିନ୍ତାରେ ଶିଳ୍ପା ସେଟ୍ଟୀ
Khabar Odisha:Raj-Kundra-a-businessman-in-the-leaf-video-case-could-not-be-reached-for-comment
ମୁମ୍ୱାଇ ,ଜୁଲାଇ 27(ଖବର ଓଡ଼ିଶା):

ବଲିଉଡ଼୍ ଅଭିନେତା ଶିଳ୍ପା ସେଠିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଏବେ ଅନେକ ବିବାଦରେ ଫଶିଯାଇଛନ୍ତି । ଯାହାକୁ ନେଇ ଏବେ ଶିଳ୍ପା ସେଠି ମଧ୍ୟରେ ଚିନ୍ତାରେ ଅଛନ୍ତି । ଅଶ୍ଲୀଳ ସିନେମା ତିଆରି କରିବା ଓ ତାକୁ ଓଟିଟି ପ୍ଲାଟଫର୍ମରେ ଛାଡ଼ିବା ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି ରାଜ୍ ।

ତେବେ ଏହି ମାମଲାରେ ରାଜ୍‌ଙ୍କୁ ଆଶ୍ୱସ୍ତି ମିଳିଲା ନାହିଁ । ତାଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛି । ରାଜ କୁନ୍ଦ୍ରାଙ୍କ ଓକିଲ ଜାମିନ୍ ପାଇଁ ଆବେଦନ କରିଛନ୍ତି ଏବଂ ଏଥିରେ ଉଲ୍ଲେଖ ରହିଛି ଯେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଯାଇଛି ଏବଂ ତାଙ୍କୁ ଜାମିନ୍ ମିଳିବା ଦରକାର । ସେପଟେ ପୋଲିସ୍ ରାଜ୍‌ଙ୍କୁ ୭ଦିନ ପୋଲିସ୍ ହେପାଜତରେ ରଖିବା ପାଇଁ ଅନୁମତି ମାଗିଛି ।

  • Tags:

Subscribe

National International State Sports Entertainment