ଗତ କାଲି ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମି ପାର୍ଟି ସାଂସଦ ରାଘବ ଚଢା । ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ହୋଇଛି। ଦୁଇ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ବଲିଉଡ଼ ତାରକା, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ବହୁଚର୍ଚ୍ଚିତ ବାହାଘରରେ ଯୋଗ ଦେଇଥିଲେ। ଏହାସହ ଏଥିରେ ଯୋଗ ଦେବାକୁ ଉଦୟପୁରରେ ପହଞ୍ଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମନ୍ ଏବଂ ଅନ୍ୟ ଆପ୍ ନେତା ମନ୍ତ୍ରୀ । ବିବାହରେ ଆହୁରି ମୁଖ୍ୟ ଆକର୍ଷଣ ସାଜିଥିଲେ ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ।
ପତି ଓ ପତ୍ନୀ ଭାବେ ରାଘବ ଏବଂ ପରିଣୀତିଙ୍କ ଫଟୋ ଦେଖିବାକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ପରିଣୀତିଙ୍କର ବିବାହ ଲେହେଙ୍ଗା ଏବଂ ତାଙ୍କ ଅଳଙ୍କାର କେଉଁ ନୂଆ ଟ୍ରେଣ୍ଡ ତିଆରି କରିବ ତାହାକୁ ଦେଖିବା ପାଇଁ ପ୍ରଶଂସକମାନେ ଅନାଇ ବସିଛନ୍ତି । ସୂଚନା ଅନୁଯାୟୀ, ପରିଣୀତି ଡିଜାଇନର ମନିଷ ମାଲହୋତ୍ରାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧିଥିଲେ। ଏବଂ ରାଘବ ଇଣ୍ଡୋ-ୱେଷ୍ଟର୍ଣ୍ଣ ଏଥ୍ନିକ ପୋଷାକ ପିନ୍ଧିଥିଲେ ।
ତେବେ ପ୍ରଶଂସକମାନେ ପତି ଓ ପତ୍ନୀ ଭାବେ ରାଘବ ଏବଂ ପରିଣୀତିଙ୍କ ଫଟୋ ଦେଖିବାକୁ ଚାହିଁ ରହିଥିଲେ ମଧ୍ୟ ଏହି ଦମ୍ପତିଙ୍କର କୌଣସି ଫଟୋ ଦେଖି ପାରିବେ ନାହିଁ । କ୍ୟାଟ୍ରିନା କୈଫ ଓ ବିକି କୌଶଲ ଏବଂ ଆଥୀୟା ସେଟ୍ଟୀ ଓ ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲଙ୍କ ଭଳି ରାଘବ-ପରିଣୀତିଙ୍କ ବିବାହରେ ମଧ୍ୟ ଭିଡିଓ ଏବଂ ଫଟୋଗ୍ରାଫି ମନା।ଏହି ବିବାହରେ ରହିଥିଲା ଅନେକ ଥିମ ଏବଂ ନିୟମ। ସେହିସବୁ ବାହାରକୁ ଲିକନ ହେବ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମ୍ୟାରେଜ ଫଙ୍କସନରେ ଯୋଗ ଦେଉଥିବା ଅତିଥିମାନଙ୍କ ମୋବାଇଲ ଫୋନ ଉଭୟ ପ୍ରବେଶ ଏବଂ ବାହାରକୁ ଯିବାବେଳେ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ଏଣ୍ଟ୍ରି କରୁଥିବା ଲୋକଙ୍କ ମୋବାଇଲ କ୍ୟାମେରାରେ ଏକ ବ୍ଲ୍ୟୁ ଟେପ ଲଗାଯିବ। ବିବାହରେ କୌଣସି ଭିଡିଓ ଫଟୋଗ୍ରାଫି କରିପାରିବେ ନାହିଁ ବୋଲି ତାଙ୍କୁ ଆଗରୁ ସୂଚନା ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ଭାଇରାଲ ହେବାରେ ଲାଗିଛି ରାଘବ-ପରିଙ୍କ ଫଟୋ