ଗତ କାଲି ଅନୁଷ୍ଠିତ ହୋଇଥିଲା ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମି ପାର୍ଟି ସାଂସଦ ରାଘବ ଚଢାଙ୍କର ବିବାହ ଉତ୍ସବ। ବିବାହ ପରେ ପତି ଓ ପତ୍ନୀ ଭାବେ ରାଘବ ଏବଂ ପରିଣୀତିଙ୍କ ଫଟୋ ଦେଖିବାକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବା ବେଳେ ସେହି ପ୍ରତିକ୍ଷାର ଅନ୍ତ ଘଟିଛି । ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ହୋଇଥିବାର ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ପରିଣୀତି ମନିଷ ମଲହୋତ୍ରାଙ୍କ ଡିଜାଇନ୍ ଲେହେଙ୍ଗା ପିନ୍ଧି ଥିବାର ଦେଖାଯାଇଛନ୍ତି । ସେହି ଲେହେଙ୍ଗାରେ ପରିଣୀଟି ସତରେ ଜଣେ ପରି ଭଳି ଦେଖା ଯାଉଥିଲେ । ସେହିପରି ରାଘବ ମନିଷ ମଲହୋତ୍ରା ଡିଜାଇନ୍ କରିଥିବା ପୋଷାକକୁ ପିନ୍ଧୀ ଏକଦମ ପଞ୍ଜାବୀ ଲୁକ୍ରେ ନଜର ଆସିଛନ୍ତି। ଦୁହେଁ କ୍ରିମ୍ କଲର୍ର ପୋଷାକ ପିନ୍ଧି ବେଶ୍ ଆକର୍ଷଣୀୟ ଦେଖାଯାଉଛନ୍ତି ।
ଦୁହେଁ ଦୁହିଁଙ୍କ ହାତ ଧରି ଧିରେ ଧିରେ ବିବାହ ମଣ୍ଡପ ପାଖକୁ ଆସୁଥିବାର ଏବଂ ବରମାଳା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦୁହିଁଙ୍କୁ ବେଶ ପ୍ରଶନ୍ନ ଥିବାର ମଧ୍ୟ ଦେଖା ଯାଉଛି । ତାଙ୍କ ବିବାହରେ ଦୁଇ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ବଲିଉଡ଼ ତାରକା, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ବହୁଚର୍ଚ୍ଚିତ ବାହାଘରରେ ଯୋଗ ଦେଇଥିଲେ। ଏହାସହ ଏଥିରେ ଯୋଗ ଦେବାକୁ ଉଦୟପୁରରେ ପହଞ୍ଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମନ୍ ଏବଂ ଅନ୍ୟ ଆପ୍ ନେତା ମନ୍ତ୍ରୀ । ବିବାହରେ ଆହୁରି ମୁଖ୍ୟ ଆକର୍ଷଣ ସାଜିଥିଲେ ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ।
ଅଧିକ ପଢ଼ନ୍ତୁ: 'ମାଷ୍ଟ୍ରର ବ୍ଲାଷ୍ଟର' ରେ ଟାଇଗର ଓ ସଞ୍ଜୟ