ସନୀ ଲିଓନଙ୍କ ଉପରେ ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ପଚରାଉଚରା କଲା କେରଳ ପୋଲିସ
Khabar Odisha:Nation-Sunny-Leone-accused-of-forgery-of-29-lakh-rupees-Kerala-police-interrogates

ନୂଆଦିଲ୍ଲୀ, ଫେବୃଆରୀ ୦୭ (ଖବର ଓଡ଼ିଶା): ବଲିଉଡ ଅଭିନେତ୍ରୀ ସନୀ ଲିଓନ ଛୁଟି କଟାଇବାକୁ କେରଳ ପହଂଚିଛନ୍ତି । ଏହାରି ମଧ୍ୟରେ କେରଳ କ୍ରାଇମ ବ୍ରାଂଚର ସମ୍ମୁଖୀନ ହୋଇଛନ୍ତି ସନୀ ଲିଓନ । କାରଣ ତାଙ୍କର ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀଙ୍କୁ କେରଳ କ୍ରାଇମବ୍ରାଂଚ ଠକେଇ ମାମଲାରେ ଦୀର୍ଘ ସମୟ ଧରି ପଚରାଉଚରା କରିଛି । 

ଅଭିନେତ୍ରୀ ସନୀ ଲିଓନଙ୍କ ବିରୋଧରେ ଜଣେ ବ୍ୟକ୍ତି ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପେରୁ ମବରୁମ ନିବାସୀ ଆର ଶ୍ରେୟସ ନାମରେ ଜଣେ ବ୍ୟକ୍ତି ସନୀ ଲିଓନଙ୍କ ବିରୋଧରେ ୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି । ଶ୍ରେୟସଙ୍କ ଅଭିଯୋଗ ଯେ, ସନୀ ଲିଓନ ଏହି ରାଶି ୨ଟି କାର୍ଯ୍ୟକ୍ରମ ପାଇଁ ନେଇଥିଲେ । କିନ୍ତୁ ସେ କାର୍ଯ୍ୟକ୍ରମକୁ ଆସିବା ପାଇଁ ମନା କରିଦେଇଥିଲେ । ଏହି ମାମଲାରେ କେରଳ ପୋଲିସ ଅଭିନେତ୍ରୀଙ୍କୁ ଶୁକ୍ରବାର ରାତି ପଚରାଉଚରା କରିବାକୁ ଡାକିଥିଲା । 

ଗଣମାଧ୍ୟମର ରିପୋର୍ଟକୁ ଯଦି ଧରାଯିବ, ତାହେଲେ କାର୍ଯ୍ୟକ୍ରମରେ ଭାଗ ନନେବାର କାରଣ କହିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ସେ କରୋନା ଭାଇରସ ମହାମାରୀ କାରଣରୁ କାର୍ଯ୍ୟକ୍ରମକୁ ଆସିପାରି ନଥିଲେ । ଏଥି ସହିତ ସେ କହିଛନ୍ତି ଯେ, ଆୟୋଜକମାନେ ୫ ଥର କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । କ୍ରାଇମବ୍ରାଂଚ ଅଧିକାରୀ କହିଛନ୍ତି ଯେ, ଯଦି ସଂୟୋଜକ କାର୍ଯ୍ୟକ୍ରମକୁ କୌଣସି ଅନ୍ୟ ଦିନରେ ଆୟୋଜନ କରନ୍ତି, ତାହେଲେ ଆସିବାକୁ ପ୍ରସ୍ତୁତ କି ନାହିଁ, ସେନେଇ ଉଭୟ ଅଭିଯୋଗକାରୀ ଓ ସନୀ ଲିଓନଙ୍କୁ ପଚରାଯିବ । 

 

  • Tags:

Subscribe

National International State Sports Entertainment