୨୫ ବର୍ଷ ପରେ ଭାରତ ଫେରିଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି, ଭିଡିଓ ଜାରି କରି ହେଲେ ଭାବବିହ୍ୱଳ: ଫ୍ୟାନ୍ସ କହିଲେ ଏବେ ବି କମିନି ଚେହେରାରୁ ଚମକ Khabar Odisha :04/12/2024 Share story: ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ଭାରତ ଫେରିଛନ୍ତି । ଦୀର୍ଘ ୨୪ ବର୍ଷ ବିଦେଶରେ କାଟିବା ପରେ ଏବେ ନିଜ ଦେଶକୁ ଫେରିଛନ୍ତି ଏହି ଅଭିନେତ୍ରୀ । ନିଜ ଇନଷ୍ଟ୍ରାଗ୍ରାମରେ ସେ ଏନେଇ ଭିଡିଓ ଜାରି କରି ସ୍ୱଦେଶ ଫେରିଆସିବା ଖବର ନିଜ ଫ୍ୟାନ୍ସକୁ ଜଣାଇଛନ୍ତି । ତେବେ ସେ ଭିଡିଓରେ ଭାବୁକ ହେବାର ଦେଖିବାକୁ ମିଳିଛି । ଭିଡିଓରେ ମମତା କହିଛନ୍ତି, ୨୦୦୦ ମସିହାରେ ସେ ଭାରତ ଛାଡିଥିଲେ । ଏବେ ୨୪ ବର୍ଷ ପରେ ସେ ଏଠାକୁ ଆସିଛନ୍ତି । ଏହାରି ଭିତରେ ଦେଶରେ ଅନେକ କିଛି ବଦଳିଛି । ଅନେକ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ନିଜ ଦେଶଠୁ ଏତେ ବର୍ଷ ବାହାରେ ରହିବା ପରେ ଏବେ ଭାରତ ଫେରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ସେପଟେ ମମତାଙ୍କ ଫେରିଆସିବା ଖବର ଶୁଣିବା ପରେ ଫ୍ୟାନ୍ସ ମାନେ ଖୁସି ହୋଇଛନ୍ତି । ଏତେ ବର୍ଷ ପରେ ବି ତାଙ୍କ ଚେହେରାର ଚମକ କମିନଥିବ କହିଛନ୍ତି । ମମତା କୁଲକର୍ଣ୍ଣି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ । ‘ରାମ ଲଖନ’, ‘ୱତ୍ ହମାରା ହେ’, ‘କାନ୍ତିବିର’, ‘କରନ-ଅଜ୍ଜୁନ’, ‘ସବସେ୍ ବଡା ଖିଲାଡି’, ‘ଆନ୍ଦୋଳନ’ ଓ ‘ବାଜି’ ଭଳି ଅନେକ ସୁପରହିଟ୍ ସିନେମା ସେ ବଲିଉଡକୁ ଭେଟିଦେଇଛନ୍ତି । ଶେଷ ଥର ପାଇଁ ତାଙ୍କ ଅଭିନିତ ଫିଲ୍ମ ୨୦୦୨ରେ ବଲିଉଡରେ ରିଲିଜ ହୋଇଥିଲା । ଅଧିକ ପଢନ୍ତୁ: ଚରମ ସୀମାରେ ‘ପୁଷ୍ପା-୨’ର କ୍ରେଜ, ପ୍ରଥମ ଦିନରେ ବକ୍ସଅଫିସ କଲେକ୍ସନ ୩୦୦ କୋଟି ଛୁଇଁପାରେ View this post on Instagram A post shared by Mamta Kulkarni 🔵 (@mamtakulkarniofficial____) Subhashree Sukla, , 04-12-2024 8:46AM ଓସ୍କାର ଦୌଡରେ ମରାଠୀ ଫିଲ୍ମ ‘ଗୋନ୍ଧଳ’ , ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା Smitanjali Routray | 18-09-2026 10:05PM ୯୯ତମ ଓସ୍କାର ଆୱାର୍ଡ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମରାଠୀ ଫିଲ୍ମ ‘ଗୋନ୍ଧଳ’କୁ ଚୟନ କରାଯାଇଛି Read More > "ସେବା ସଂକଳ୍ପ ଅଭିଯାନ" ସାମିଲ ବଲିଉଡ୍ ଷ୍ଟାର୍: ୧୦୦୦ ଝିଅଙ୍କ ପଢ଼ା ଖର୍ଚ୍ଚ ବହନ କରିବେ ରଣବୀର, ୨୦ ସ୍କୁଲର ପୁନଃନିର୍ମାଣ କରିବେ ଆଲିୟା Swagatika Sahoo | 18-09-2026 10:11AM ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ରଣବୀର ସିଂ ପ୍ରଭୁ ଗଜାନନଙ୍କ ଚରଣରେ ବଡ଼ ସଂକଳ୍ପ ନେଇଛନ୍ତି । ଜଣେ କିମ୍ବା ଦୁଇ ଜଣ ନୁହେଁ ୧୦୦୦ ଝିଅଙ୍କ ମୁହଁରେ ହସ ଫୁଟାଇବେ ରଣବୀର । ୧୦୦୦ ଝିଅଙ୍କ ପାଠପଢ଼ାର ଦାୟିତ୍ୱ ବହନ କରିବାକୁ ରଣବୀର ସିଂ ମୁମ୍ବାଇରେ ଲାଲବାଗଚାଙ୍କ ଦର୍ଶନ କରିବା ଅବସରରେ ଘୋଷଣା କରିଛନ୍ତି । Read More > ଆଦିତ୍ୟ ଠାକରେ ଏବଂ ଅନିଲ ଦେଶମୁଖଙ୍କୁ ୫୦୦ କୋଟିର ନୋଟିସ୍ Swagatika Sahoo | 17-09-2026 2:43PM ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଓ ଏନସିପି (ଏସପି) ଅନିଲ ଦେଶମୁଖଙ୍କୁ ବଡ଼ ଝଟକା ଲାଗିଛି । ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ଅଭିଯୋଗ ଅନୁସାରେ ଉଭୟଙ୍କୁ ୫୦୦ କୋଟିର ନୋଟିସ୍ ପଠାଯାଇଛି । Read More > ଅଭିନେତା ଅନନ୍ତ ନାଗ୍ଙ୍କୁ ଦିଆଯିବ ସମ୍ମାନଜନକ 'ଦାଦା ସାହେବ ଫାଲ୍କେ ଆୱାର୍ଡ' Smitanjali Routray | 16-09-2026 8:08PM ବରିଷ୍ଠ କନ୍ନଡ଼ ଅଭିନେତା ଅନନ୍ତ ନାଗ୍ଙ୍କୁ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ 'ଦାଦା ସାହେବ ଫାଲ୍କେ ଆୱାର୍ଡ' (୨୦୨୪) ପ୍ରଦାନ କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଆଜି ଘୋଷଣା କରାଯାଇଛି। Read More > ବିଜୟ ସେଥୁପତିଙ୍କ ‘ମହାରାଜା’ର ତିଆରି ହେବ ହଲିଉଡ୍ ରିମେକ୍, କନଫର୍ମ କଲେ ମେକର୍ସ Chinmayee Randheer das | 16-09-2026 7:30PM ଯେତେବେଳେ ନିଥିଲନ୍ ସ୍ୱାମୀନାଥନ୍ଙ୍କ ଫିଲ୍ମ 'ମହାରାଜା' ବର୍ଷ ୨୦୨୪ରେ ରିଲିଜ୍ ହୋଇଥିଲା, ସେତେବେଳେ ଏହାକୁ ଦର୍ଶକ ଏବଂ ସମୀକ୍ଷକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ କାରବାର କରିଥିଲା। ବିଜୟ ସେଥୁପତି ଏବଂ ଅନୁରାଗ କଶ୍ୟପଙ୍କ ମୁଖ୍ୟ ଭୂମିକା ଥିବା ଏହି ତାମିଲ ଫିଲ୍ମ ଏବେ ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ହଁ, ବାସ୍ତବରେ 'ମହାରାଜା'ର ହଲିଉଡ୍ ରିମେକ୍ ତିଆରି ହେବାକୁ ଯାଉଛି ଏବଂ ଏପରି ସଫଳତା ପାଇବାରେ ଏହା ପ୍ରଥମ ତାମିଲ ଫିଲ୍ମ ପାଲଟିଛି। Read More > ସଲମାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର, “କର୍ଣ୍ଣ” ଭୂମିକାରେ ଅଭିନୟ କରିବେ ଭାଇଜାନ୍ Swagatika Sahoo | 16-09-2026 9:56AM ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କୁ ପୁଣି ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ମହାଭାରତର ଅନ୍ୟ ଏକ ଯୋଦ୍ଧା ‘କର୍ଣ୍ଣ’ ଭୂମିକାରେ ଖୁବ ଶୀଘ୍ର ନଜର ଆସିବେ ସଲମାନ । ଆସନ୍ତାବର୍ଷ ସଲମାନଙ୍କ ଏହି ନୂତନ ଚଳଚ୍ଚିତ୍ର ଆସିବାର ସମ୍ଭାବନା ରହିଛି । Read More > ରାଜପାଲଙ୍କୁ ଅନ୍ତିମ ସୁଯୋଗ ଦେଲେ ସୁପ୍ରିମକୋର୍ଟ, ଦୁଇ ସପ୍ତାହରେ ୨ କୋଟି ଦାଖଲ କରିବାକୁ ନିର୍ଦ୍ଦେଶ Swagatika Sahoo | 15-09-2026 5:06PM ନୂଆଦିଲ୍ଲୀ: ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ଜଡ଼ିତ ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟ ରାଜପାଲଙ୍କୁ ଆଉ ଦୁଇ ସପ୍ତାହ ସମୟ ଦେଇଛନ୍ତି । Read More > ଦିଶା ସାଲିଆନ୍ଙ୍କ ମୃତ୍ୟୁ ଘଟଣାରେ ଏତଲା ରୁଜୁ କଲା ସିବିଆଇ Swagatika Sahoo | 14-09-2026 5:01PM ମୁମ୍ବାଇ: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ଘଟଣାରେ ସୋମବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ଏତଲା ରୁଜୁ କରିଛି । ଦିଶାଙ୍କ ବାପା ସତୀଶ ସାଲିଆନ୍ ନିଜ ଝିଅର ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରିବାକୁ ଦାବି ଆବେଦନ କରିଥିଲେ । Read More > ଅଭିନେତ୍ରୀ ଅମିଷା ପଟେଲଙ୍କ ମା'ଙ୍କ ଘରୁ ଚୋରି ଘଟଣା: ପୋଲିସକୁ ବଡ଼ ସଫଳତା, ଅଭିଯୁକ୍ତ ଗିରଫ Chinmayee Randheer das | 12-09-2026 6:50PM ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲଙ୍କ ମା' ଆଶା ପଟେଲଙ୍କ ମୁମ୍ବାଇସ୍ଥିତ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଚୋରି ଅଭିଯୋଗରେ ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମୁମ୍ବାଇର ଚର୍ଚ୍ଚଗେଟ୍ ସ୍ଥିତ ତାଙ୍କ ଘରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ହୀରା ଓ ସୁନାର କଙ୍ଗନ ଗାୟବ ହୋଇଯାଇଥିଲା। ଏହି ନେଇ ଅମିଷା ପଟେଲଙ୍କ ମା' ପୋଲିସରେ ଅଭିଯୋଗ କରିଥିଲେ। Read More > AIରେ ୮୦ ଦଶକକୁ ଫେରୁଛି ଭାରତ, ସୋସିଆଲ ମିଡିଆରେ ରେଟ୍ରୋ ଫଟୋର ଝଡ଼; ଟ୍ରେଣ୍ଡରେ ପିୟୂଷ ଗୋୟଲ ଓ କିରେନ୍ ରିଜିଜୁ Subhashree Sukla | 10-09-2026 3:19PM piyush-goyal-kiren-rijiju-go-retro-ai-80s-photo-trend-takes-social-media-by-storm Read More > ଆସିଲା ଦୃଶ୍ୟମ୍-୩ ଟ୍ରେଲର୍, ଏଥର ବୁଦ୍ଧି ନୁହେଁ ଭାଗ୍ୟର ଖେଳ Swagatika Sahoo | 09-09-2026 3:49PM ମୁମ୍ବାଇ: ଦୁଇ ଦୁଇ ଥର ରୋମାଞ୍ଚପୂର୍ଣ୍ଣ କାହାଣୀ ନେଇ ଦର୍ଶକଙ୍କ ମନୋରଞ୍ଜନ କରିଥିବା ଦୃଶ୍ୟମ ସିନେମାରେ ତୃତୀୟ ସଂସ୍କରଣ ଖୁବଶୀଘ୍ର ଆସିବାକୁ ଯାଉଛି । ବୁଧବାର ଦୃଶ୍ୟମ୍-୩ ବା “ଦୃଶ୍ୟମ୍-ଦ କନକ୍ଲୁଜନ୍” ଟ୍ରେଲର୍ ମୁକ୍ତିଲାଭ କରିଛି । ଯାହା ଦୃଶ୍ୟମ୍ ସିନେମାର ଶେଷ ଭାଗ ବୋଲି କୁହାଯାଉଛି । Read More > ଏଥର ଦିଲ୍ଲୀ ନୁହେଁ ଏହିଠାରେ ଅନୁଷ୍ଠିତ ହେବ ଚଳିତ ବର୍ଷର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ... Smitanjali Routray | 08-09-2026 11:54PM ଚଳିତ ବର୍ଷର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେବ । ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ରାଜଧାନୀ ଦିଲ୍ଲୀ ବଦଳରେ ଗୁଜରାଟରେ ଅନୁଷ୍ଠିତ ହେବ Read More > Tweets by Khabar Odisha Recent ଏଲଆଇସି ସହିତ ୨୬୮୪ କୋଟିର ଫ୍ରଡ, ଅନିଲ ଅମ୍ବାନୀଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ ବିସିସିଆଇ ସରକାରଙ୍କୁ ୧୦୦ କି ୨୦୦ ନୁହେଁ ଏତେ ହଜାର କୋଟି ଦେଉଛି ଇନକମ ଟ୍ୟାକ୍ସ ସରକାରୀ ହସ୍ପିଟାଲରେ ଜନ୍ମିତ ଶିଶୁକୁ ମିଳିବ ସୁନାର ମୁଦି, ବିଜୟଙ୍କ ବଡ ଉପହାର ଟିଏମସି ନାମ ଓ ଚିହ୍ନ ଫ୍ରିଜ୍ ମାମଲା: ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ ଭିଡିଓ Shree Bhagabata Tungi To Be Made In USA | Khabar Odisha