ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, ସୂଚନା ଦେଲେ ଡାକ୍ତର ନୂଆଦିଲ୍ଲୀ, ଜାନୁଆରୀ ୨୩(ଖବର ଓଡିଶା): Share story: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଦେଖିବାକୁ ମିଳିଛି । ଡାକ୍ତର ପ୍ରତୀତ ସାମଦାନୀ ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅପଡେଟ୍ ଜାରି କରିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ସେ ସୂଚନା ଦେଇଛନ୍ତି । ଡାକ୍ତର ପ୍ରତୀତ ସାମଦାନୀ ତାଙ୍କ ଟିମ୍ ସହିତ ଲତାଙ୍କ ଚିକିତ୍ସା କରିବା ସହ ତାଙ୍କର ଦେଖାରଖା କରୁଛନ୍ତି । ଶନିବାର ତୁଳନାରେ ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତର କହିଛନ୍ତି । ମାତ୍ର ସେ ଏବେ ବି ଆଇସିୟୁରେ ରହିଛନ୍ତି । ସୂଚନା ଅନୁସାରେ, କରୋନା ଓ ନିମୋନିଆରେ ଆକ୍ରାନ୍ତ ହୋଇ ଲତା ମଙ୍ଗେସକର ଦୁଇ ସପ୍ତାହ ପୂର୍ବରୁ ଜାନୁଆରୀ ୧୦ ତାରିଖରେ ଡାକ୍ତରଖାନାରେ ଆଡମିଟ ହୋଇଥିଲା । କିଛି ଦିନ ହେଲା ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ସହିତ ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖବର ଓଡ଼ିଶା, Reporter, 23/01/2022