କରୋନା ପରେ ରିଲିଜ ହେବ ବିକ୍ରମଙ୍କ ଅଭିନିତ କୋବ୍ରା ମୁଭି
Khabar Odisha:Kobra-movie-staring-Vikram-release-after-Corona-pandemic
ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା):


ମହାମାରୀ କରୋନାରେ ପ୍ରଭାବିତ ହୋଇଛି ଚଳଚ୍ଚିତ୍ର ଜଗତ. ଏଥିପାଇଁ ଚଳଚ୍ଚିତ୍ରର ସୁଟିଙ୍ଗ ଏବଂ ରିଲିଜ ଆଦି ବନ୍ଦ ରହିଛି. ତେବେ କରୋନାର ଅନ୍ତ ହେବାପରେ  ତାମିଲ ସୁପରଷ୍ଟାର ବିକ୍ରମଙ୍କ ଚଳଚ୍ଚିତ୍ର କୋବ୍ରା ରିଲିଜ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି. 



ଏହି ଚଳଚ୍ଚିତ୍ରରେ  ଭାରତର ପୂର୍ବତନ କ୍ରିକେଟ ଅଲରାଉଣ୍ଡର ଇରଫାନ ପଠାନ ଏକ ବିଶେଷ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ. ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଛନ୍ତି ଅଜୟ ଗାନାମୁଥୁ. ଏହା ସହ ଶ୍ରୀନିଧି ସେଠି, କେ. ଏସ. ରବିକୁମାର ପ୍ରମୁଖ କଳାକାର ମାନେ ଏଥିରେ ଅଭିନୟ କରିଛନ୍ତି.

  • Tags:

Subscribe

National International State Sports Entertainment