ବହୁ ପ୍ରତୀକ୍ଷିତ ଫିଲ୍ମ ‘କଳ୍କି ୨୮୯୮ ଏଡି’ ଗୁରୁବାର ଦିନ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ପ୍ରଭାସ, ଦୀପିକା ଓ ଅମିତାଭ ବଚ୍ଚନଙ୍କ ଆକ୍ଟିଂ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଲୋକମାନେ ଏକ୍ସ ଜରିଆରେ ଏହି ଫିଲ୍ମକୁ ବ୍ଲକବାଷ୍ଟର ଘୋଷଣା କରିଛନ୍ତି । ଏପରିକି କିଛି ଦର୍ଶକ ପ୍ରଭାସଙ୍କୁ ସମଗ୍ର ଦୁନିଆର ସର୍ବୋତ୍ତମ ତାରକା ବୋଲି କହିଛନ୍ତି। ଦକ୍ଷିଣ ଭାରତରେ ଦର୍ଶକମାନେ ସକାଳ ୪ଟାରୁ ଏହି ଚଳଚ୍ଚିତ୍ର ଦେଖୁଛନ୍ତି। ‘କଳ୍କି ୨୮୯୮ ଏଡି’ ଦେଖି ପ୍ରେକ୍ଷାଳୟରୁ ବାହାରୁଥିବା ବ୍ୟକ୍ତିଙ୍କ ମୁହଁରେ କେବଳ ଫିଲ୍ମର ପ୍ରଶଂସା ଶୁଣିବାକୁ ମିଳୁଛି। ଚଳଚ୍ଚିତ୍ର ବିଷୟରେ ଜଣେ ଦର୍ଶକ କହିଛନ୍ତି, ‘ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାସଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର। ସେ ପ୍ରମାଣ କରି ଦେଇଛନ୍ତି ଯେ ସତରେ ସେ ଇଣ୍ଡଷ୍ଟ୍ରୀର ‘ବାହୁବଳି’। ଆଉ କିଛି ଦର୍ଶକ କହିଛନ୍ତି ଏହି ଫିଲ୍ମଟି ହଲିଉଡ଼କୁ ଟକ୍କର ଦେଲା ଭଳି ଚଳଚ୍ଚିତ୍ର ହୋଇଛି।
ଅଧିକା ପଢନ୍ତୁ:ଆସିଲା ସ୍ତ୍ରୀ-୨ ଟିଜର