ମୁୁମ୍ବାଇ: ଆମାଜନ ପ୍ରାଇମ ଭିଡିଓର ଲୋକପ୍ରିୟ ଶୋ ମିର୍ଜାପୁରର ପ୍ରତିଟି ସିଜିନ ଦର୍ଶକଙ୍କ ବେଶ ଭଲ ପାଇବା ସାଉଁଟିଛି । ମିର୍ଜାପୁର ଭାରତର ସବୁଠୁ ଜବରଦସ୍ତ କ୍ରାଇମ ଥ୍ରିଲର ସିରିଜ୍ ଭାବେ ନିଜକୁ ସାବ୍ୟସ୍ତ କରିଛି । ମିର୍ଜାପୁରର କାହାଣୀ ହିଁ ନୁହେଁ ଏହାର ଚରିତ୍ରଗୁଡିକୁ ମଧ୍ୟ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ସେ କାଲିନ ଭୈୟା ରୂପେ ପଙ୍କଜ ତ୍ରିପାଠୀ, ଗୁଡ୍ଡୁ ରୂପେ ଅଲୀ ଫଜଲ ଓ ମୁନ୍ନା ଭାବେ ଦିବ୍ୟନ୍ଦୁ ଏହି ସବୁ ଚରିତ୍ର ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତିନୋଟି ବ୍ଲକ ବଷ୍ଟର ସିଜିନ ପରେ ଏବେ ମିର୍ଜାପୁର ଓଟିଟିରୁ ବଡ ପରଦାକୁ ବଡ ଲମ୍ଫ ମାରିବକୁ ପ୍ରସ୍ତୁତ । ଏହା ମଧ୍ୟରେ ମିର୍ଜାପୁର: ଦ ଫିଲ୍ମକୁ ନେଇ କାଲିନ ଭୈୟା ଅର୍ଥାତ ପଙ୍କଜ ତ୍ରିପାଠୀ ବଡ ଅପଡେଟ୍ ଦେଇଛନ୍ତି ।
ନିକଟରେ ଜୁମକୁ ଦେଇଥିବା ଏକ ସାକ୍ଷାତକାରରେ ପଙ୍କଜ ତ୍ରିପାଠୀ ମିର୍ଜାପୁର: ଦ ଫିଲ୍ମକୁ ନେଇ ଆଲୋଚନା କରିଛନ୍ତି । ଆକ୍ସନ, ଡ୍ରାମା ଓ ରାଜନୀତିରେ ଭରପୂର ମିର୍ଜାପୁରକୁ ନେଇ ପଙ୍କଜ କହିଛନ୍ତି ଆଗାମୀ ମାସେ କିମ୍ବା ଦୁଇ ମାସରେ ଫିଲ୍ମ ସୁଟିଂ ହେବାର ଆଶା ରହିଛି । ମୁଁ ଲଖନଉରେ ପରିବାର ସହ ଥିଲି । ଏ ବିଷୟରେ ମୋ ପାଖରେ ବିସ୍ତୃତ ସୂଚନା ନାହିଁ । ମାତ୍ର ଶୁଣିଥିଲି ଗୋଟିଏ ମାସ ଭିତରେ ସୁଟିଂ ଆରମ୍ଭ ହେବ ।
ପଙ୍କଜ କହିଛନ୍ତି, ମିର୍ଜାପୁରର ଚତୁର୍ଥ ସିଜିନ ଆସନ୍ତା ବର୍ଷ ଓଟିଟିକୁ ଆସିବ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଫିଲ୍ମ ସହିତ ମିର୍ଜାପୁରର ସିଜିନ ୪ ଉପରେ ମଧ୍ୟ କାମ ଚାଲୁଛି । ଉଲ୍ଲେଖନୀୟ ୨୦୨୪ ଅକ୍ଟୋବର ୨୮ରେ ମିର୍ଜାପୁର ଫ୍ରାଞ୍ଚାଇଜର ସହ ନିର୍ମାତା ଫରହାନ ଅଖତର କହିଥିଲେ ଯେ, ଫିଲ୍ମ ୨୦୨୬ରେ ରିଲିଜ୍ ହେବ ।