ଦୁର୍ଗା ପୁଜା ମଣ୍ଡପରେ କାହାକୁ ଦେଖି କାନ୍ଦିବାକୁ ଲାଗିଲେ କାଜଲ,ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ
Khabar Odisha:Kajal-who-started-crying-when-she-saw-someone-at-the-Durga-Puja-Mandap-is-going-viral-on-social-media
ନୁଆଦିଲ୍ଲୀ, ଅକ୍ଟୋବର ୧୨(ଖବର ଓଡିଶା):

କାଜଲ ବଲିଉଡରେ ନିଜର ଚୁଲ୍‌ବୁଲି ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା । ତାଙ୍କୁ ଭଲ ପାଉଥିବା ଦର୍ଶକମାନେ ତାଙ୍କର ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ବୋଲି କହିବା ଭୁଲ୍ ହେବ ନାହିଁ । ତେବେ ବର୍ତ୍ତମାନ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସେଥିରେ ଦେଖିବାକୁ ମିଳିଛି କାଜଲ କାନ୍ଦୁଛନ୍ତି । ଦୁର୍ଗା ପୂଜା ଅବସରରେ ସେ ଦୁର୍ଗା ମଣ୍ଡପରେ କାନ୍ଦୁଥିବା ଦେଖିବାକୁ ମିଳିଛି । 

କାଜଲଙ୍କ ଏହି ଭିଡିଓକୁ ବଲିଉଡ ଫଟୋଗ୍ରାଫର ବିରାଲ ଭୟାନୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ବିରାଲ କ୍ୟାପସନରେ କହିଛନ୍ତି ଯେ ଯେତେବେଳେ କାଜଲ ଦୁର୍ଗା ମଣ୍ଡପ ତାଙ୍କ ମାମୁଁଙ୍କୁ ଭେଟିଥିଲେ ସେତେବେଳେ ସେ ନିଜକୁ ସମ୍ଭାଳି ପାରିନଥିଲେ ଏବଂ ଅଧିକ ଭାବପ୍ରବଣ ହୋଇଥିଲେ ।

ବିରାଲ ଏହା ମଧ୍ୟ ଲେଖିଛନ୍ତି ଯେ କାଜଲ ଦୀର୍ଘ ଦିନ ପରେ ତାଙ୍କ ମାମୁଁଙ୍କୁ ଭେଟିଛନ୍ତି କାରଣ ତାଙ୍କ ମାମୁଁ ପୁର୍ବରୁ କୋଭିଡ ପଜିଟିଭ ହୋଇଥିବା ଜଣାପଡ଼ିଥିଲା ଏବଂ ସେହି ପରିସ୍ଥିତିରେ ତାଙ୍କୁ ଚିକିତ୍ସା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା କିନ୍ତୁ ସେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଏହି କାରଣ ପାଇଁ ଯେତେବେଳେ କାଜଲ ତାଙ୍କ ମାମୁଁଙ୍କୁ ଭେଟିଲେ ସେ କାନ୍ଦିବାକୁ ଲାଗିଲେ।

  • Tags:

Subscribe

National International State Sports Entertainment