ପୁଣି ବଢ଼ିଲା ଜ୍ୟାକଲିନଙ୍କ ଅଡ଼ୁଆ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି ଇଡି
Khabar Odisha:Jacquelines-rarity-has-increased-again-ED-has-named-Jacqueline-as-an-accused-in-the-Rs-200-crore-fraud-case
ମୁମ୍ବାଇ,ଅଗଷ୍ଟ ୧୭(ଖବର ଓଡିଶା):

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି। 

ଏହାସହ ଏହି ମାମଲାରେ ଇଡି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ଜ୍ୟାକଲିନଙ୍କ ନାଁ ରହିଛି। ଇଡି ପକ୍ଷରୁ ଦିଲ୍ଲୀ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। 

ସୂଚନା ଅନୁସାରେ, ଏହା ପୂର୍ବରୁ ଜ୍ୟାକଲିନ୍‌ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଇଡି ଜବତ କରିଥିଲା। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ଥିଲା। 

  • Tags:

Subscribe

National International State Sports Entertainment