ଅର୍ଥ ହେରଫେର ମାମଲା, ଆଜି ପୁଣି ଦିଲ୍ଲୀ ପୋଲିସରେ ହାଜର ହେବେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ନୂଆଦିଲ୍ଲୀ,ସେପ୍ଟେମ୍ବର ୧୯(ଖବର ଓଡିଶା): Share story: ୨୦୦ କୋଟି ଅର୍ଥ ହେରଫେର ମାମଲା। ଆଜି ପୁଣି ଦିଲ୍ଲୀ ପୋଲିସରେ ହାଜର ହେବେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ସୁକେଶ ଚନ୍ଦ୍ର ଶେଖର ଦେଇଥିବା ଗିଫ୍ଟ ଏବଂ ଅର୍ଥ ସହାୟତା ଉପରେ ପୋଲିସ ଜ୍ୟାକଲିନଙ୍କୁ ଜେରା କରିବ। ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ପର୍ଣ୍ଣାଡିସ୍ । ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ନଙ୍କୁ ନେଇ ନୂଆ ନୂଆ ତଥ୍ୟ ଦିନକୁ ଦିନ ସାମ୍ନାକୁ ଆସୁଛି। ଜ୍ୟାକଲିନ୍ ସୁକେଶକୁ ବିବାହ କରିବାକୁ ଚାହୁଁଥିଲେ। ସୁକେଶଙ୍କ ଅପରାଧ ବିଷୟରେ ଜାଣି ସୁଦ୍ଧା ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସେପଟେ ନୋରା ଫତେହିଙ୍କ ସହ ସୁକେଶଙ୍କ ସମ୍ପର୍କ ରହିଥିବା ସନ୍ଦେହ ପରେ ଆଉ ସମ୍ପର୍କ ରଖି ନଥିଲେ ଜ୍ୟାକଲିନ୍ । ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ପୋଲିସର କହିବାନୁଯାୟୀ, ଜ୍ୟାକଲିନ୍ ସୁକେଶଙ୍କ ଅପରାଧ ବିଷୟରେ ଜାଣିବା ପରେ ବି ସମ୍ପର୍କ ଭାଙ୍ଗିନଥିଲେ । ଖବର ଓଡ଼ିଶା, Reporter, 18/09/2022