୫୦ ବର୍ଷ ବୟସରେ ପାଦ ରଖିଛନ୍ତି କୈଳାଶ ଖେର। ତେବେ କୈଳାଶ ଖେର ନିଜ ପରିବାର ସହିତ ନିଜର ୫୦ ତମ ଜନ୍ମଦିନକୁ ବେଶ ଧୁମ ଧାମରେ ପାଳନ କରିଛନ୍ତି। ଜନ୍ମଦିନରେ ସକାଳୁ ସକାଳୁ ତାଙ୍କ ଫ୍ୟାନ୍ସମାନଙ୍କ ତରଫରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଫ୍ୟାନ୍ସଙ୍କ ଭଲ ପାଇବା ପାଇଁ ଆଜି ସେ ଏହି ସଫଳତାର ପାହାଚରେ ପହଂଚି ପାରିଛନ୍ତି ଏବଂ ଏହି ଭଲ ପାଇବା ଓ ଆଶୀର୍ବାଦ ସର୍ବଦା ରଖିଥାନ୍ତୁ ବୋଲି କହିଛନ୍ତି।
୭ ଜୁଲାଇ ୧୯୭୩ ମସିହାରେ ଜନାଗ୍ରହଣ କରିଥିଲେ ଲୋକପ୍ରିୟ ସିଙ୍ଗର କୈଳାଶ ଖେର। ସେ ଥିଲେ ଜଣେ ଭାରତୀୟ ସଂଗୀତ ରଚକ ତଥା ଗାୟକ। ସେ ମୁଖ୍ୟତଃ ଭାରତୀୟ ଲୋକ ସଂଗୀତ ଏବଂ ସୁଫି ସଙ୍ଗୀତ ଗାଉଥିଲେ। ତାଙ୍କର ସଙ୍ଗୀତ ସ୍ୱର ଏବଂ ସଂଗୀତର ଅନନ୍ୟ ଶୈଳୀ ପାଇଁ ଖେର ଭାରତର ସବୁଠାରୁ ଲୋକପ୍ରିୟ ପ୍ଲେକ୍ ଗାୟକ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ଗାୟିକି ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ୨୦୧୭ ମସିହାରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ଏପରିକି ଶ୍ରେଷ୍ଠ ପ୍ଲେକ୍ ଗାୟକ ପାଇଁ ତାଙ୍କୁ ଦୁଇଟି ଫିଲ୍ମଫେୟାର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।