କୁଲି ନମ୍ବର 1 ଚଳଚ୍ଚିତ୍ରର 25 ବର୍ଷ ପୂର୍ତ୍ତି ଅବସରରେ ଚଳଚ୍ଚିତ୍ରର ପୋଷ୍ଟର ସେୟାର କଲେ କରିସ୍ମା କାପୁର.
Khabar Odisha:Govinda-and-Karishma-Kapoor-shares-theposter-of-Collie-no-1-movie
ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା):

ଗତକାଲି ଗୋବିନ୍ଦା ଏବଂ କରିସ୍ମା କାପୁରଙ୍କ ଦ୍ୱାରା ଅଭିନିତ ଚଳଚ୍ଚିତ୍ର କୁଲି ନମ୍ବର 1କୁ 25 ବର୍ଷ ପୁରିଛି. ତେବେ ଏହି ଚଳଚ୍ଚିତ୍ରର 25 ବର୍ଷ ପୂର୍ତ୍ତି ଅବସରରେ ଚଳଚ୍ଚିତ୍ର ସୁଟିଙ୍ଗ ସମୟର କିଛି ଅଭୁଲା କଥା ବିଷୟରେ ଲେଖିବା ସହ ଚଳଚ୍ଚିତ୍ରର ପୋଷ୍ଟର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି କରିସ୍ମା କାପୁର. 

ତେବେ ଏହି ଚଳଚ୍ଚିତ୍ରକୁ ପୁଣି ଥରେ ପରଦାରେ ଲୋକଙ୍କୁ ନୂଆ ରୂପରେ ଦେଖାଇବାର ଯୋଜନା କରିଥିଲେ ନିର୍ଦେଶକ ଡେଭିଡ ଧୱନ. ଏହାର ରିମକରେ ବରୁଣ ଧୱନ ଏବଂ ସାରା ଅଲ୍ଲୀ ଖାନ ଅଭିନୟ କରିବାର ଯୋଜନା କରାଯାଇ ଚଳିତ ବର୍ଷ ମେ  1 ତାରିଖରେ ରିଲିଜ କରାଯିବାର ଥିଲା. କିନ୍ତୁ କରୋନା ପାଇଁ ଏହା ବାତିଲ କରାଯାଇଛି.

  • Tags:

Subscribe

National International State Sports Entertainment